• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସଂରକ୍ଷିତ ଜଙ୍ଗଲ ରୁ ବାଲି ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ

Bymamatanews

May 12, 2026
Spread the love

ଜେସିବି ମେସିନ୍ ସହ ବାଇକ୍ କୁ ଛାଡି ପଳାଇଲେ ଅଭିଯୁକ୍ତ

ଗତ କାଲି ରାତିରେ ପ୍ରାୟ ୧୧ ଟା ସମୟରେ ଛେଣ୍ଡିପଦା ରେଞ୍ଜ୍
କୋଶଳା ସେକସନ ର ଜଳଟାପ ବିଟ
ଜୟପୁର ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ ବାଲି ଉଠାଣ ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇ ଏକ ସ୍ୱତନ୍ତ୍ର ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଜଙ୍ଗଲ ମଧ୍ୟରେ ପ୍ରାୟ ୧.୫ କିଲୋମିଟର ପଦଯାତ୍ରା କରିବା ପରେ, ଚଢାଉ ଦଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ମଧ୍ୟରେ ସିଙ୍ଗାଡାଝୋର ନାଳରୁ ବେଆଇନ ଭାବରେ ବାଲି ଉଠାଣ କରୁଥିବା ଏକ JCB ମେସିନ ଦେଖିବାକୁ ପାଇଥିଲେ । ଚଢାଉ ଦଳର ଆସିବା ଜାଣି ପାରି JCB ଅପରେଟର ମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତଥାପି, ଦଳ ବେଆଇନ କାର୍ଯ୍ୟକଳାପ ରେ ଜଡିତ JCB ଏବଂ ଏକ ହିରୋ ହୋଣ୍ଡା ମୋଟର ସାଇକେଲକୁ ସଫଳତାର ସହ ଜବତ କରିଥିଲା।
ବନବିଭାଗର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସଂରକ୍ଷିତ ଜଙ୍ଗଲ ଭିତରୁ ବାଲି ଉଠାଯାଉଥିଲା, ଜଙ୍ଗଲ ସୀମା ବାହାରେ ରଖା ଯାଉଥିଲା ଏବଂ ପରେ ଟ୍ରାକ୍ଟର ବ୍ୟବହାର କରି ପରିବହନ କରଯାଉଛି ।

Leave a Reply

Your email address will not be published. Required fields are marked *

error: Content is protected !!