• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଣ ପାଇଁ ସାମୁହିକ ଭାବେ ୱ।ର୍ଡସଦସ୍ୟ ଇସ୍ତଫା ଦେଲେ

Bymamatanews

May 12, 2026
Spread the love

କେନ୍ଦୁଝରଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଚାଲିଛି କଣ, କଣ ଏହିଠି ନିର୍ବାଚିତ ଜନ ପ୍ରତିନିଧିଙ୍କ ମୂଲ୍ୟବୋଧ କିଛି ନାହିଁ, କଣ ପାଇଁ ସମୂହ ଇସ୍ତଫା ଦେଲେ ୱାର୍ଡ଼ ମେମ୍ବର। କେନ୍ଦୁଝର ଜିଲ୍ଲା ଚମ୍ପୁଆବ୍ଳକ କରଞ୍ଜିଆ ଗ୍ରାମପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟକୁ ସରପଞ୍ଚ ଓ ୱ।ର୍ଡମେମ୍ବର ମାନଙ୍କ ଜ୍ଞାତସାରରେ ହେଉ ନଥିବା ତଥା ପଞ୍ଚାୟତକୁ ନଜଣାଇ ସମସ୍ତ କାର୍ଯ୍ୟ କରାଯାଉଥିବା ରୁ ପୂର୍ବରୁ ସରପଞ୍ଚ ଇସ୍ତଫା ଦେଇଥିବାବେଳେ ଆଜି ସାମୁହିକ ଭାବେ ସମସ୍ତ ୱ।ର୍ଡ ସଦସ୍ୟ ଇସ୍ତଫା ଦେଇଥିବା ନେଇ ସୂଚନା । ଗ୍ରାମ ପଞ୍ଚାୟତରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ସରପଞ୍ଚ କିମ୍ଵା ୱ।ର୍ଡ ମେମ୍ବରଙ୍କ ଅଜ୍ଞାତରେ ହେଉଥିବା ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଗତ ୮ ତାରିଖରେ ଏହାକୁ ନେଇ ସରପଞ୍ଚ ସୁପ୍ରିୟା ମୁଣ୍ଡା ତାଙ୍କ ଇସ୍ତଫା ପତ୍ର ଚମ୍ପୁଆ ବିଡିଓ ଙ୍କୁ ପ୍ରଦାନ୍ କରିଥିଲେ । ତେବେ, ଯଦିଓ ପ୍ରଶାସନ ତରଫରୁ ଏହାକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇ ନ ଥିଲେ ମଧ୍ୟ ଏହାର କୌଣସି ପ୍ରତିକ୍ରିୟା ବା ସମାଧାନ କରାନଯିବାରୁ ସରପଞ୍ଚ ପଞ୍ଚାୟତକୁ ଯାଉ ନାହାଁନ୍ତି। ତେଣୁ କୌଣସି ସାମାନ୍ୟ କାର୍ଯ୍ୟ ମଧ୍ୟ ହୋଇପାରୁ ନାହିଁ ଏନେଇ ଆଜି ପଞ୍ଚାୟତର ୧୧ଜଣ ୱ।ର୍ଡ ସଦସ୍ୟ ସାମୁହିକ ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କୁ ଲିଖିତ ଇସ୍ତଫା ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

error: Content is protected !!