• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚମ୍ପୁଆ ରେଞ୍ଜରେ ୧୦ଟିକିଆ ହାତୀ ପଲଙ୍କ ଉତ୍ପାତ୍, ଉଜାଡ଼ିଲେ ତରଭୁଜ ଚାଷ।

Bymamatanews

May 12, 2026
Spread the love

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଜଙ୍ଗଲି ହାତୀପଲଙ୍କ ଉତ୍ପାତ୍ ଚରମ ସୀମାରେ ପହଞ୍ଚିଲାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ ଅଞ୍ଚଳରେ ୧୦ଟିକିଆ ହାତୀପଲଙ୍କ ଉପଦ୍ରବ ଚଳାଇଥିବା ନେଇ ସୂଚନା। ଏହି ଦଶ ଟିକିଆ ହାତୀପଲ ବ୍ୟାପକ ମାତ୍ରାରେ ତରଭୂଜ ଚାଷ ଦଳି ଚକଟି ନଷ୍ଟ କରିଥିବା ନେଇ ସୂଚନା। ଗତକାଲି ରାତିରେ ୧୦ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ୍ ଲକ୍ଷ୍ମୀପଶି ଗାଁରେ ପଶି ୧୦ ଏକର ତରଭୂଜ ଚାଷ ନଷ୍ଟ କରିଛନ୍ତି । ଏଠାରେ ଚାଷୀମାନେ ତରଭୂଜ ଚାଷ କରିଥିବା ବେଳେ, ୧୦ଟିକିଆ ହାତୀପଲ ତରଭୂଜ ଖାଇବା ସହ, ଜମିରେ ହୋଇଥିବା ତରଭୂଜକୁ ପାଦରେ ଦଳି ବ୍ୟାପକ ତରଭୂଜ ଫସଲ ନଷ୍ଟ କରିଛନ୍ତି । ଏଥର ତରଭୂଜ ଚାଷରୁ ଭଲ ଫସଲ ଉତ୍ପାଦନ ଲକ୍ଷ୍ୟ ରଖିଥିବା ଚାଷୀ, ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଖବର ପାଇ ବନବିଭାଗ ହାତୀପଲଙ୍କୁ କାଟୁଳିକଣା ଜଙ୍ଗଲକୁ ଘଉଡ଼ାଇ ଦେଇଛନ୍ତି । ହାତୀପଲ ନଷ୍ଟ କରିଥିବା ଫସଲର କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

error: Content is protected !!