• Mon. Jun 22nd, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଧର୍ମପରାୟଣା କୁନି ମାଉସୀ ଆଉ ନାହାନ୍ତି

Bymamatanews

Jun 22, 2026
Spread the love

ତାଙ୍କର ବିୟୋଗରେ ରାଉରକେଲା ସହର ରେ ଶୋକର ଛାୟା ଖେଳିଯାଇଛି

ଅନୁଗୋଳ ଜିଲ୍ଲା ବ୍ଲକ ଗଡ଼ ବୁଢ଼ାପଙ୍କ ଗ୍ରାମର ସ୍ବର୍ଗତ ପଞ୍ଚୁ ମାଝୀଙ୍କ ୫୫ ବର୍ଷୀୟ ଝିଅ କୁନିରାଣୀ ଗଡ଼ନାୟକ ଙ୍କ ହୃଦଘାତରେ ଦେହାନ୍ତ ଘଟିଛି। କୁନିରାଣୀ ଏନ୍ତୁଲିଆ ଗ୍ରାମର ବିପିନ ଗଡ଼ନାୟକ (୬୫) ଙ୍କୁ ବିବାହ କରିଥିଲେ I

ଆଜିକୁ ପ୍ରାୟ ୫ ବର୍ଷ ହେବ ସେ ଅସୁସ୍ଥ ଥିଲେ । ପ୍ରଥମେ ସେ କିଡ଼ନୀ ରୋଗରେ ପୀଡିତ ହୋଇଥିଲେ। ପରବର୍ତ୍ତୀ ସମୟରେ କର୍କଟ ରୋଗରେ ପୀଡିତ ଥିଲେ। ସବୁ ରୋଗରୁ ରକ୍ଷା ପାଇଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ବିଗତ ୩୦ ବର୍ଷ ହେବ ସ୍ଵାମୀ ଚାକିରି ରାଉରକେଲା OSRTC ଥିବାରୁ କୁନି ମାଉସୀ ସେଠାରେ ରହୁଥିଲେ ଓ ଅଞ୍ଚଳରେ ମନ୍ଦିର ଅନୁଷ୍ଠାନ ହେଉ ଅବା କୌଣସି ସେବା କାର୍ଯ୍ୟରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଥିଲା । ରୋଗଗ୍ରସ୍ତ ହେବା ଓ ସ୍ଵାମୀ ଚାକିରି ଅବସରର ପରେ ନିଜର ଗ୍ରାମକୁ ଆସିଥିଲେ। ତାଙ୍କ ବିୟୋଗ ଖବର୍ ପ୍ରଚାର ପରେ ରାଉରକେଲା ସହର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!