• Thu. Jul 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Jul 8, 2026
Spread the love

ଅନୁଗୋଳ ଜିଲ୍ଲା ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରିତୀମୟ ଅନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ଜାତୀୟ କାର୍ଯ୍ୟକ୍ରମକୁ ଗମ୍ଭୀରତାର ସହିତ ନେବା ସହିତ ଏହାକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ l

ପ୍ରଥମେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ତାଲିମ ବିଷୟବସ୍ତୁ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟରୁ ଆସିଥିବା ଉପ-ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଭୋଇ, ସହାୟକ ଶ୍ରୀ ଦୀପକ କୁମାର ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ l ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର ତଥା ଚାର୍ଜ ଜନଗଣନା ଅଧିକାରୀ, ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ ଚାର୍ଜ ଜନଗଣନା ଅଧିକାରୀ,ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ତଥା ଚାର୍ଜ ଜନଗଣନା ଅଧିକାରୀ, ରାଜସ୍ବ ନିରୀକ୍ଷକ, ଅତିରିକ୍ତ ରାଜସ୍ବ ନିରୀକ୍ଷକ, ଅମିନ ଓ ବୈଷୟିକ ସହାୟକମାନେ ଅଂଶଗ୍ରହଣ କରିଥିଲେ l ଏହି ତାଲିମ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଜନଗଣନା ବିଭାଗର ବରିଷ୍ଠ ସହାୟକ ଶ୍ରୀ ସୁଶାନ୍ତ କୁମାର ଅମାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!