• Thu. Jul 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୬ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନସୁଗର ଜବତ,

Bymamatanews

Jul 8, 2026
Spread the love

୪ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଅନୁଗୋଳ ଜିଲ୍ଲା ଜରପଡ଼ା ପୋଲିସ ଦରପଡ଼ାସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଚଢ଼ଉ କରି ୬.୯୭ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି। ଏଥିସହ ଚୋରା କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରପଡ଼ା ଗ୍ରାମର ସାଗର ସାହୁ (୨୫), ତୁବେ ଗ୍ରାମର ଜୟକୃଷ୍ଣ ସାହୁ (୪୩), ପପୁ ଦେହୁରୀ (୨୮) ଓ ଜରଡ଼ା ଗ୍ରାମର ପରେଶ ଚନ୍ଦ୍ର ପ୍ରଧାନ (୨୮) । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ରୁ ଅଧିକ ହେବ ବୋଲି ଜଣା ପଡିଛି । ବ୍ରାଉନସୁଗର ସହ ଅଭିଯୁକ୍ତଙ୍କ ଠାରୁ ୨ଟି ବାଇକ୍, ୪ଟି ମୋବାଇଲ ଓ ୨୪୯୦ ନଗଦ ଟଙ୍କା କୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!