• Thu. Oct 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୨୦୨୫ ମସିହାରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଚୋରି ମାମଲା ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ

Bymamatanews

Oct 9, 2026
Spread the love

🚨ଚୋରକୁ ୩ ବର୍ଷ ପାଇଁ କଠୋର କାରାଦଣ୍ଡ

୧୭.୦୧.୨୦୨୫ ରେ ପଞ୍ଜୀକୃତ ହୋଇଥିବା ଏହି ମାମଲାରେ ୦୯.୧୦.୨୦୨୬ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଚୋର ସୁଶାନ୍ତ କର୍ମୀ ଏବଂ ଚୋରା ସାମଗ୍ରୀ ଗ୍ରହଣ କରିଥିବା ବ୍ୟକ୍ତି ନାରାୟଣ ନାୟକ କୁ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ମାମଲା ପରିଚାଳନା କରାଯାଇଥିଲା ଏବଂ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମନ୍ଦିର ଚୋରି ମାମଲାରେ ଚୋରକୁ ୩ ବର୍ଷ କୋଠର କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଓ ଚୋରି ସମାଗ୍ରୀ ରଖିବା ନେଇ ଦ୍ୱିତୀୟ ଅଭିଯୁକ୍ତ ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ଧାରା 317(2) BNS ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୩ ହଜାର ଟଙ୍କା ଜରିମାନା ସହିତ 6 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ବିଚାର ସମୟରେ, ପ୍ରସିକ୍ୟୁସନ୍ ୧୮ ଜଣ ସାକ୍ଷୀଙ୍କୁ ପରୀକ୍ଷା କରିଥିଲେ ଏବଂ କୋର୍ଟ ସମ୍ମୁଖରେ ୯ଟି ସାମଗ୍ରୀ (M.Os) ପ୍ରଦର୍ଶନ କରିଥିଲେ।

ଏହି ମାମଲାଟି ଏପିପି ସିଦ୍ଧାର୍ଥ କୁମାର ରାୟସିଂଙ୍କ ଦ୍ୱାରା ମାମଲା ରୁଜୁ କରାଯାଇଥିଲା ଏବଂ ଏସଆଇ ଆଶିଷ କୁମାର ସ୍ୱାଇଁଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା। ଏହି ମାମଲାଟି ଏଡିପି ଶ୍ରୀମତୀ ରୀତା ମିଞ୍ଜ ଏବଂ ଶ୍ରୀମତୀ ହରପ୍ରିୟା ଶଙ୍କ ଦ୍ୱାରା ତଦାରଖ କରାଯାଇଥିଲା। ଯାହାଙ୍କ ତଦାରଖ ଏବଂ ସମନ୍ୱୟ ପ୍ରସିକ୍ୟୁସନ୍ ମାମଲାର ପ୍ରଭାବଶାଳୀ ଉପସ୍ଥାପନାରେ ଅବଦାନ ରଖିଥିଲେ ।

#AnugolaPolice #JusticeDelivered #CrimePrevention #PublicSafety

Leave a Reply

Your email address will not be published. Required fields are marked *

error: Content is protected !!