• Thu. Oct 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପେଟ ପୋଡି ଯାଉଛି ହେଲେ ​ଦଶ ମାସ ହେବ ଦିବ୍ୟାଙ୍ଗ ଙ୍କୁ ମିଳୁନି ଭତ୍ତା।

Bymamatanews

Oct 15, 2026
Spread the love

ସରକାର ବିକାଶ ଓ ଜନକଲ୍ୟାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ଅସହାୟ ଓ ଦିବ୍ୟାଙ୍ଗମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମହୀଧରପୁର ଓ ସାନ୍ତରାପୁର ଖ ଅଞ୍ଚଳରେ। ଦୀର୍ଘ ଦଶ ମାସ ହେବ ଭତ୍ତା ଟଙ୍କା ନ ପାଇ ଦୁଇ ଜଣ ଦିବ୍ୟାଙ୍ଗ ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି । ବାରମ୍ବାର ଏ ବିଷୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ‘ଖ’ ପଞ୍ଚାୟତ କଲଣ୍ଡାପାଳ ଗ୍ରାମର ୩୨ ବର୍ଷୀୟ କାଳୀବତୀ ସାମଲ ଏବଂ ମହୀଧରପୁର ପଞ୍ଚାୟତର ୩୫ ବର୍ଷୀୟ ପିଙ୍କି ନାୟକ ।

ଏହି ଦୁଇ ଦିବ୍ୟାଙ୍ଗ ଜଣେ ଦଶ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ବେଳେ ଆଉ ଜଣେ ଛମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଏବଂ ଔଷଧପତ୍ର କିଣିବା ପାଇଁ ଏହି ଭତ୍ତା ହିଁ ସେମାନଙ୍କର ଏକମାତ୍ର ଭରସା ଥିଲା। ମାତ୍ର ଦୀର୍ଘ ଦିନ ହେଲା ଭତ୍ତା ଟଙ୍କା ନ ମିଳିବାରୁ ସେମାନେ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।


ନୂତନ ସରକାର କୋଟି କୋଟି ଟଙ୍କା ର ବିଭିନ୍ନ ଯୋଜନା କରୁଛନ୍ତି, କିନ୍ତୁ ଆମ ଭଳି ଅସହାୟ ବିକଳାଙ୍ଗଙ୍କ ପେଟକୁ ଦାନା କିମ୍ବା ଔଷଧ ବାବଦକୁ ମିଳୁଥିବା ଭତ୍ତା ଟଙ୍କା ଦେବା ପାଇଁ ସରକାରଙ୍କ ପାଖରେ କୌଣସି ପାଣ୍ଠି ନାହିଁ ନା ଜାଣି ଶୁଣି ସରକାରଙ୍କୁ ବଦନାମ କରୁଛନ୍ତି ବୋଲି ଦୁଇ ଦିବ୍ୟାଙ୍ଗ କୋହ ଭରା କଣ୍ଠରେ କହିଛନ୍ତି । ​ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଛି। ତେଣୁ ସରକାର ଯେବେ ଟଙ୍କା ପଠାଇବେ, ତେବେ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିବ, ଏଥିରେ ସ୍ଥାନୀୟ କାର୍ଯ୍ୟାଳୟର କୌଣସି ଭୂମିକା ନାହିଁ।
​

Leave a Reply

Your email address will not be published. Required fields are marked *

error: Content is protected !!