
ଓଡାପଡା : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ ମେରାମଣ୍ଡଳୀର ଭେସୁଭିଅସ ଇଣ୍ଡିଆ ନାମକ ଏକ ଠିକସଂସ୍ଥା ତରଫରୁ ପାରିପାର୍ଶ୍ଵିକ ଉନ୍ନୟନ କାର୍ଯ୍ୟ୍ୟକ୍ରମରେ ଆଜି କୁସୁପଙ୍ଗା ଉଚ୍ଚ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କ ବ୍ୟବହାର ନିମନ୍ତେ ୪ଟି ବାୟୋ ତଏଲେଟ, ବିଶୁଦ୍ଧ ପାନୀୟଜଳ କଳ ସହିତ ବିଦ୍ୟାଳୟର ସମସ୍ତ ୨୪୦ଜଣ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଓ ସମସ୍ତ ଛାତ୍ରମାନଙ୍କୁ ସାନିଟାଇଜର କିଟସ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ନାଥ, ସ୍ଥାନୀୟ ସରପଞ୍ଚ ଅନିତା ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିପିନି ବିହାରୀ ବେହେରା ଓ ପଞ୍ଚସଖା ସେତୁ ସଭାପତି ଅମୁଲ୍ୟ ନାୟକ ସମେତ କମ୍ପାନୀ ତରଫରୁ ଆକାଉଣ୍ଟ ମୁଖ୍ୟ ଚିନ୍ମୟ ମିଶ୍ର, ଅଙ୍କୁଶ ଜେଟଲି, ପ୍ରବନ୍ଧକ ଦୀପ୍ତିସ ବରାଳ, ଅବଦୁଲ ସତ୍ତର ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ଅମନ ଖଲପା ଏବଂ ଟାଟାଷ୍ଟିଲ ମେରାମଣ୍ଡଳୀର ରିଫାକ୍ଟ୍ରି ପ୍ରବନ୍ଧକ ଅମିତ ଘୋଷ ଉପସ୍ଥିତ ଥିଲେ ।
