• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ବିଧାୟକଙ୍କ ଦ୍ଵାରା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

Bymamatanews

May 1, 2026
Spread the love


୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ

ଅନୁଗୋଳ (୦୧/୦୫/୨୦୨୬) : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଭାଘର ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ଭାବେ ଅଭିହିତ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗଦେଇ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।

ଶ୍ରମିକମାନଙ୍କର ଅଧିକାର ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଏହି କାର୍ଯ୍ୟକ୍ରମରେ ୬୫୨ ଜଣ ହିତାଧିକାରୀଙ୍କୁ ସର୍ବମୋଟ ୩,୬୧,୩୫,୮୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ୮୩ ଜଣ ହିତାଧିକାରୀଙ୍କୁ ୯ ଲକ୍ଷ ୫୫ ହଜାର ୮୦୦ ଟଙ୍କାର ଶିକ୍ଷା ସହାୟତା, ୪୫୯ ଜଣ ହିତାଧିକାରୀଙ୍କୁ ୨ କୋଟି ୨୯ ଲକ୍ଷ ୫୦ ହଜାର ଟଙ୍କାର ବିବାହ ସହାୟତା, ୩୬ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୬୦ ହଜାର ପ୍ରସୂତିକାଳୀନ ସହାୟତା, ୩୯ ଜଣ ହିତାଧିକାରୀଙ୍କୁ ୧ କୋଟି ୧୫ ଲକ୍ଷ ଟଙ୍କାର ମୃତ୍ୟୁ ସହାୟତା, ୩୪ ଜଣ ହିତାଧିକାରୀଙ୍କୁ ୧ ଲକ୍ଷ ୭୦ ହଜାର ଟଙ୍କାର ଅନ୍ତୋଷ୍ଟିକ୍ରିୟା ସହାୟତା ସହିତ ୧ଜଣ ଅଣସଙ୍ଗଠିତ ଶ୍ରମିକକୁ ୨ ଲକ୍ଷ ଟଙ୍କାର ମୃତ୍ୟୁ ସହାୟତା ପ୍ରଦାନ କରାଯାଇଥିଲା।

ସେହିପରି ୧୦୦ ଜଣ ନିର୍ମାଣ ଶ୍ରମିକ ଏବଂ ୨୦୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ଅତିଥିମାନେ ପରିଚୟ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ କୁମାର ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ କୁବେର ବେହେରା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଶ୍ରୀମତୀ ଲିରିକା ରାୟ, ଅନୁଗୋଳ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦେବପ୍ରସାଦ ମହାନ୍ତିଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରମିକ , ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!