• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଇକ୍ କୁ ଧକ୍କା ଦେଇ ଗଛରେ ପିଟିଲା ୧୬ ଚକିଆ ଟ୍ରକ୍

Bymamatanews

Mar 2, 2026
Spread the love

ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ୍ ସାହି ନିକଟରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଜଣଙ୍କ ହେଲେ ପାଇକ ସାହି ନିକଟ ପକୋଣ୍ଡା ଗ୍ରାମର ପବିତ୍ର ସାହୁ ଙ୍କ ୨୭ ବର୍ଷୀୟ ପୁଅ ତୁଷାର କାନ୍ତ ସାହୁ ବୋଲି ଜଣା ପଡିଛି।

ସୂଚନା ଯେ, ତୁଷାର ଶିକ୍ଷକପଡା ଅଞ୍ଚଳରେ ରହି ଟାଟା ଷ୍ଟିଲ୍ ମେରାମଣ୍ଡଳି କମ୍ପାନୀ ର୍ ଲକ୍ଷ୍ମୀ ଟିମ୍ବର୍ ନାମକ ଭଣ୍ଡରେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କର A ସିଫ୍ଟ ଡ୍ୟୁଟି ଥିବାରୁ ବାଇକ ନମ୍ବର OD 19 C 6645 ଯୋଗେ ଯାଉଥିବା ବେଳେ ଏକ ଟ୍ରକ ନମ୍ବର OD 19 W 9271 ତୁଷାର ଙ୍କୁ ଧକ୍କା ଦେଇ ଭାରସାମ୍ୟ ଏକ ଗଛ କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ତୁଷାର ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୂର୍ଘଟଣା ବିଷୟରେ ନାଲକୋ ପୋଲିସ ଖବର୍ ପାଇ ଘଟଣାସ୍ଥଳରେ ପହଁଚି ତୁଷାର ଙ୍କ ମୃତ ଶରୀର କୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଛି। ଏ ପଟେ ଦୁର୍ଘଟଣା ଘଟି ଥିବା ଟ୍ରକ ଏବଂ ବାଇକ ମଧ୍ୟ କୁ ଜବତ କରିଥିବା ବେଳେ ଚାଳକ ଙ୍କୁ ଥାନାରେ ଅଟକ ରଖି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି ନାଲକୋ ପୋଲିସ।

Leave a Reply

Your email address will not be published. Required fields are marked *