• Fri. Apr 17th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଛିଡା ହୋଇଥିବା ଟ୍ରକ୍ କୁ ଧକ୍କା ଦେଲା ଟ୍ରଲର

Bymamatanews

May 6, 2025
Spread the love

ହୁତୁ ହୂତୁ ହୋଇ ଜଳିଗଲା ଟ୍ରଲର୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ 520ନମ୍ବର୍ ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଏକ ଟ୍ରଲର୍। ଯାହାକି ସୂଚନା ରହିଛି ଏକ ଆଇରନ ବୋଝେଇ ଟ୍ରଲର ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ଛିଡା ହୋଇଥିବା ଅନ୍ୟ ଏକ ଟ୍ରକ୍ କୁ ଧକ୍କା ଦେଇ ଜାତୀୟ ରାଜପଥ 520ରେ ହୁତୁହୁତୁ ହୋଇ ଜଳିବାର ଦୃଶ୍ୟ ଦେଖିବାକୁ ମିଳିଛି, ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ କିନ୍ତୁ ସେତେବେଳକୁ ଟ୍ରଲର୍ ଟିର ଅର୍ଦ୍ଧାଧିକ ଭାଗ ସମ୍ପୂର୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ସଂଖ୍ୟାରେ ଗାଡି ଅଟକିଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଘଟଣାରେ ଟ୍ରଲର ଚଳାଳ ଆହତ ହେଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *