• Fri. Apr 17th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାକିସ୍ତାନ କୁ ରୋମାଞ୍ଚକ ଭାବେ ପରାସ୍ତ କଲା ଭାରତ

Bymamatanews

Oct 6, 2024
Spread the love

ମହିଳା ଟି-୨୦ ବିଶ୍ଵକପରେ ପାକିସ୍ତାନକୁ ମାତ ଦେଇ ବିଜେତା ବନିଛି ଭାରତ। ପ୍ରଥମ ବ୍ଯାଟି କରି ପାକିସ୍ତାନ ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୪ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଛି। ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୩୨ ରନ କରି ଟିମକୁ ବିଜୟୀ କରାଇଛନ୍ତି। ଅଧିନାୟକ ହରମନପ୍ରୀତ କୌର ଦ୍ଵିତୀୟ ସର୍ବାଧିକ ୨୯ ରନ କରିଥିବାବେଳେ ଜେମିମା ରୋଡ୍ରିଗସ ୨୩ ରନ କରିଥିଲେ। ପାକିସ୍ତାନ ବ୍ଯାଟିଂରେ ନିଦା ଦାର ସର୍ବାଧିକ ୨୮ ରନ କରିଥିଲେ। ମୁନିବା ଅଲି ଦ୍ଵିତୀୟ ସର୍ବାଧିକ ୧୭ ଏବଂ ଅଧିନାୟକ ଫାତିମା ସାନା ୧୩ ରନ କରିଥିଲେ। ଭାରତର ଅରୁନ୍ଧତୀ ରେଡ୍ଡୀଙ୍କୁ ସର୍ବାଧିକ ୪ ୱିକେଟ ମିଳିଛି।

Leave a Reply

Your email address will not be published. Required fields are marked *