• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ମୃତ୍ୟୁ କୁ ନେଇ ଉତ୍ତେଜିତ ଲୋକେ କଲେ ରାସ୍ତା ଅବରୋଧ

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ମଦନମୋହନ ଛକ ଶଙ୍ଖପୁରର ବଂଶୀଧର ଦାସ (୪୦)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଗୁରୁବାର ଅପରାହ୍ନ ପ୍ରାୟ ୪ଟା ବେଳେ ବଂଶୀଧର ଜରାଓରପୁର ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା।

ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବନ କର୍ମଚାରୀ ମୃତଦେହ ଉଦ୍ଧାର କରି ମେଡିକାଲ୍‌କୁ ନେଉଥିବା ବେଳେ ଉତ୍ତେଜିତ ଲୋକେ ବାରଣ କରିଥିଲେ । ସ୍ଥାନୀୟ ଗ୍ରାମବାସୀ ବନ୍ତଳା ଛକ ଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳକୁ ଆସିବାକୁ ଆନ୍ଦୋଳନକାରୀ ଅଡ଼ି ବସିଥିଲେ । ପୁରୁଣା କଟକ ସମ୍ବଲପୁର ରାଜ୍ୟ ରାଜପଥ ରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପାଖାପାଖି ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!