• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୋଲିସ ପରିଚୟ ଦେଇ ଲୁଟିନେଲେ ସୁନା ଚେନ ଓ ମୁଦି

Bymamatanews

Aug 8, 2025
Spread the love

ମିଳିଥିବା ଖବର ଅନୁସାରେ କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ସୁନା ଚେନ ଆଉ ହାତରେ ମେଞ୍ଚାଏ ସୁନା ମୁଦି ପିନ୍ଧି ସହର ଆଡୁ ନିଜ ଘର ହୁଲୁରିସିଂହା କୁ ଯାଉଥିଲେ । ତେବେ ହରି ମହୁରୀ ଛକ ନିକଟରେ ହଠାତ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାଟିଆ ପୋଷାକ ପିନ୍ଧିଥିବା ବେଳେ ନିଜକୁ ପୋଲିସ ପରିଚୟ ଦେଇ ,ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦ କୁ କହିବା ସହ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି ଚେନ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ ଗାଡି ଡ଼ିକିରେ ରଖି ଘରକୁ ଯାଇଥିଲେ । ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ଗୁଡି ୪ ଟି ଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଏହା ସେହି ଦୁଇ ଠକଙ୍କ କାମ ଜାଣି ଅନୁଗୋଳ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ସି ସି ଟିଭି ଆଧାରରେ ଜାଞ୍ଚ କରୁଛି । ଏନେଇ ଅନୁଗୋଳ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟା ଛଅଟା ବେଳେ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *