• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରେଳ ଡବା ରୁ କୋଇଲା ଚୋରି ଅଭିଯୋଗ ରେ ୪ ଗିରଫ

Bymamatanews

Mar 9, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢାପଙ୍କ ପଞ୍ଚାୟତ ରେଳ ଷ୍ଟେସନ ନିକଟରୁ କୋଇଲା ଚୋରି ଅଭିଯୋଗରେ ବଅଁରପାଳ ପୁଲିସ ବୈଦ୍ୟନାଥପୁର ଗ୍ରାମର ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବୈଦ୍ୟନାଥପୁର ଗ୍ରାମର ଅଶ୍ବିନ ଭୋଇ , ଦୁଷ୍ମନ୍ତ ଭୋଇ , ଶ୍ରୀମୁଖ ପ୍ରଧାନ ଓ ହରି ଭୋଇ ।

ସୂଚନା ମୁତାବକ ଶୁକ୍ରବାର ରାତି ୧୦ଟା ସମୟରେ ନାଲକୋର ଟ୍ରେନ ସହାୟତାରେ ବୁଢାପଙ୍କ ରେଲ୍‌ୱେ ଷ୍ଟେସନରୁ ଏକ କୋଇଲା ବୋଝେଇ ଦୁଇ ଟ୍ରେନ୍ କାରଖାନା ଅଭିମୁଖେ ଯାଉଥିଲା । ବୈଦ୍ୟନାଥପୁର ରେଳ ଧାରଣା ପାଖରେ ସେମାନେ ଟ୍ରେନର ହୋସ ପାଇପକୁ କାଟି ଟ୍ରେନକୁ ଦୀର୍ଘ ସମୟ ଅଟକା କୋଇଲା ଚୋରି କରୁଥିଲେ । ବିଶେଷ ସୂତ୍ରରୁ ପୋଲିସ ଖବରପାଇ ଅତର୍କିତ ଚଢ଼ଉ କରି ଏହି ଚାରିଜଣ ଯୁବକକୁ କାବୁ କରି କରି ଥାନାକୁ ଆଣିଥିଲେ । ଆଜି ଅଭିଯୁକ୍ତଙ୍କ ନାମରେ ଏକ ମାମଲା ଋଜୁକରି କୋର୍ଟ ଚାଲାଣ କରାଯାଇ ଥିବା ନେଇ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *