• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁଇ ନିଖୋଜ ନାବାଳିକା କୁ ଉଦ୍ଧାର କଲା ବଅଁରପାଳ ପୋଲିସ

Bymamatanews

Mar 10, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ଦୁଇ ନିଖୋଜ ନାବାଳିକା କୁ ଉଦ୍ଧାର କଲା ବଅଁରପାଳ ପୋଲିସ। ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ତିନି ତାରିଖରେ ବଅଁରପାଳ ଥାନାରେ ପରିବାର ପକ୍ଷରୁ ଦୁଇ ନାବାଳିକା

ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସବ ଇନିସପେକ୍ଟର ମନୋଜ ମିଶ୍ର ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ପକ୍ଷରୁ ତଦନ୍ତ କରି ସୂଚନା ପାଇଥିଲେ କି ଦୁଇ ନାବାଳିକା ତେଲେଙ୍ଗାନା ର ହାଇଦ୍ରାବାଦ ଅଞ୍ଚଳରେ ଅଛନ୍ତି । ପୋଲିସ ପକ୍ଷରୁ ଏକ ଟିମ୍ ବନାଇ ଦୁଇ ନାବାଳିକା କୁ ଉଦ୍ଧାର କରି ଥାନା କୁ ଆଣି ପରିବାରକୁ ହସ୍ତାନ୍ତର କରିଥିବା ନେଇ ସୂଚନା ମିଳିଛି

Leave a Reply

Your email address will not be published. Required fields are marked *