• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ବନ ବିଭାଗର ମିଳିତ ସହଯୋଗରେ ହାତୀ ସୁରକ୍ଷା ନେଇ ଆଲୋଚନା ଚକ୍ର

Bymamatanews

Jun 10, 2026
Spread the love

  • ମାନବ-ହାତୀ ସହବସ୍ଥାନ ଓ ସୁରକ୍ଷା ଉପରେ ଆଲୋଚନା
  • ହିନ୍ଦୋଳ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ସାମିଲ

(୧୦/୦୬/ ୨୦୨୬) : ଢେଙ୍କାନାଳ ବନ ବିଭାଗ ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମିଳିତ ଅନ୍ୟୁକ୍ୟୁଲ୍ୟରେ ହିନ୍ଦୋଳ ଓଡି -୧୯ ଠାରେ “ମାନବ-ହାତୀ ସହବସ୍ଥାନ ଏବଂ ସୁରକ୍ଷା” ଉପରେ ଏକ ଆଲୋଚନାଚକ୍ର ବୁଧବାର ଦିନ ଆୟୋଜିତ ହୋଇଯାଇଛି। ସ୍ନେହା’ ଏନଜିଓର ପ୍ରତିନିଧିମାନେ ଏଥିରେ ସହଯୋଗ କରିଥିଲେ।

ମଣିଷ ଓ ହାତୀ ମଧ୍ୟରେ ବଢୁଥିବା ବିବାଦର ବିଭିନ୍ନ ଦିଗ ତଥା ଏକ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗ ପାଇଁ ବାଟ ଖୋଜିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଚେତନତା ଧର୍ମୀ ଆଲୋଚନା ଚକ୍ରରେ ହିନ୍ଦୋଳ ବନ ବିଭାଗ କର୍ମଚାରୀ, ହିନ୍ଦୋଳ ଅଞ୍ଚଳର ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ଅବସରରେ ହିନ୍ଦୋଳ ବନଖଣ୍ଡର ରେଞ୍ଜ ଅଫିସର ଶ୍ରୀ ତ୍ରିଲୋଚନ ଦେହୁରୀ,ଟାଟା ଷ୍ଟିଲ ମେରାମଣ୍ଡଳୀ,
କର୍ପୋରେଟ ସର୍ଭିସେସ, ଚିଫ, ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ରିଲେସନ ଓ ରେଗୁଲେଟୋରୀ କମ୍ପ୍ଲାଏନ୍ସ, ହେଡ଼ , ଶ୍ରୀ ଏନ. ସି. ମହାପାତ୍ର ଏବଂ କମ୍ପାନୀର ଅନ୍ୟ ବରିଷ୍ଟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ନିଜ ମତ ରଖିଥିଲେ।

ଆଜିକାଲି ମଣିଷ ଏବଂ ହାତୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ବଢୁଥିବାରୁ ସ୍ଥାନୀୟ ଲୋକ ଓ ହାତୀ ଉଭୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ କିପରି ଏହାର ସଫଳ ମୁକାବିଲା କରାଯାଇ ପାରିବ ସେ ବିଷୟରେ ‘ସ୍ନେହା’ ଏନଜିଓର ଶ୍ରୀ ହରି କ୍ରିଷ୍ଣା ହାତୀ ସୁରକ୍ଷା କରିବାର ବିଭିନ୍ନ କୌଶଳ ଓ ଉପାୟ ବିଷୟରେ ଛବି ଏବଂ ଭିଡିଓ ଉପସ୍ଥାପନା ମାଧ୍ୟମରେ ବିସ୍ତୃତ ଭାବେ ବୁଝାଇ ଥିଲେ।

‘ସ୍ନେହା’ ଏନଜିଓର ବନ୍ୟଜନ୍ତୁ ବିଶେଷଜ୍ଞ ଶ୍ରୀ ରଞ୍ଜିତ ପଟ୍ଟନାୟକ, ଶ୍ରୀ ଅରବିନ୍ଦ ମାଝୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଏଥିସହିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଠାରେ ସାମ୍ବାଦିକମାନେ ବିଶେଷଜ୍ଞମାନଙ୍କ ସହ ସିଧାସଳଖ ପ୍ରଶ୍ନ ପଚାରିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!