ଅନୁଗୋଳ : ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୪ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବଅଁରପାଳ ସେବାଶ୍ରମ ଠାରେ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ ସେବାଶ୍ରମ ପରିସରରେ ଆୟୋଜିତ ଊତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଉପସ୍ଥିତ ଛାତ୍ରୀମାନଙ୍କୁ ବାବା ସାହେବ ଆମ୍ବେଦକରଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ ।

ଉପଯୁକ୍ତ ଜ୍ଞାନ ଓ ବିଦ୍ୟା ଅର୍ଜନ କରି କଠିନ ପରିଶ୍ରମ ଓ ନିଜର ଅଧ୍ୟବସାୟ ବଳରେ ନିଷ୍ଠାର ସହିତ କର୍ତ୍ତବ୍ଯ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ଆମ୍ବେଦକରଙ୍କ ଅବଦାନ ଆମ ସମସ୍ତଙ୍କ ପାଇଁ ଚିର ନମସ୍ୟ। ଏଣୁ ଆମେ ସମସ୍ତେ ପାଠପଢି ଅନ୍ୟର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ନିମନ୍ତେ ସେ ମତବ୍ୟକ୍ତ କରିଥିଲେ । ଏହି ଊତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଆମ୍ବେଦକରଙ୍କ ଜୀବନି ସମ୍ପର୍କରେ ସେ ଆଲୋକପାତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ ଯୋଗ ଦେଇ ସମାଜ ସେବା କ୍ଷେତ୍ରରେ ଓ ସମ୍ବିଧାନ ପ୍ରଣୟନରେ ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇବା ସହ ତାଙ୍କ ଜୀବନି ଆସନ୍ତା ପିଢୀ ପାଇଁ ପ୍ରେରଣା ଦାୟକ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲିପ କୁମାର ପ୍ରଧାନଙ୍କ ସମେତ ସେବାଶ୍ରମର କର୍ମଚାରୀ ଓ ଛାତ୍ରୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
