• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚୋରା ବିଦେଶୀ ମଦ କାରବାର ନେଇ ଥାନାରେ ଅଟକ

Bymamatanews

Mar 16, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ସନ୍ତରା ପୁର୍ (ଖ) ପଞ୍ଚାୟତ ରେ ଚୋରା ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ବ୍ୟକ୍ତି ଥାନାରେ ଅଟକ। ଅଟକ ଅଭିଯୁକ୍ତ ଜଣଙ୍କ ହେଲେ ଅନନ୍ତ ସାହୁଙ୍କ ପୁଅ ହାଡିବନ୍ଧୁ ସାହୁ। ପୂଜା ପାର୍ବଣ ନେଇ ଅଞ୍ଚଳ ରେ ପୋଲିସ ପେଟ୍ରୋଲିଂ ଜୋରଦାର୍ ଚାଲିଥିଲା। ପୋଲିସ ବିଶେଷ ସୂତ୍ରରୁ ଖବର୍ ପାଇଥିଲା କି ସନ୍ତରପୁର ପଞ୍ଚାୟତରେ ହାଡିବନ୍ଧୁ ବିପୁଳ ପରିମାଣର ବିଦେଶୀ ମଦ କାରବାର କରିବା ପାଇଁ ଗଛିତ ରଖିଛନ୍ତି। ପୋଲିସ ସଦଳବଳେ ଗ୍ରାମରେ ପହଞ୍ଚି ଚଢାଉ କରିଥିଲେ। ହାଡିବନ୍ଧୁ ଙ୍କୁ ପ୍ରାୟ ୧୨ ଲିଟର ବିଭିନ୍ନ ସାଇଜ ର ସିଲ୍ ବିଦେଶୀ ମଦ ଜବତ କରି ଥାନାରେ ଅଟକ ରଖିଛନ୍ତି।

Leave a Reply

Your email address will not be published. Required fields are marked *