• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାଇପ୍ ପାଣି ପାଇଁ ଜିଲାପାଳଙ୍କୁ ଅଭିଯୋଗ

Bymamatanews

Mar 17, 2025
Spread the love

ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅନୁଗୋଳ ଜିଲ୍ଲାରେ ତାପମାତ୍ର ୪୧ ଡିଗ୍ରୀ ଉପରେ ରହୁଛି। ଏବେ ଠାରୁ ଲୋକ ମାନେ ଘରୁ ଦିନ ଏଗାରଟା ପରେ ବାହାରି ପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ଗ୍ରୀଷ୍ମ ଆରମ୍ଭରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଯଦି ଏବେ ଠାରୁ ଜଳ ସଙ୍କଟ ଦେଖା ଦେଉଚି ଆଗକୁ ଲୋକ ମାନେ ପାଣି ପାଇଁ ପରିସ୍ଥିତି ଭୟଙ୍କର ହେବ ସେଥିରେ ତିଳେହେଁ ସଂଦେହ ନାହିଁ। ଏମିତି ଏକ ଗାଁରେ ବର୍ତ୍ତମାନ ଠାରୁ ଜଳ ସଙ୍କଟ ଦେଖା ଦେଇଛି।ବଅଁରପାଳ ବ୍ଲକ କରଡାଗାଡିଆ ଗ୍ରାମର ମହିଳା ମାନେ ଆଜି ପାଇପ୍ ପାଣି ଯୋଗାଇବା ପାଇଁ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।ବଅଁରପାଳ ବ୍ଲକ ଅନ୍ତର୍ଗତ କରଡାଗାଡିଆ ଚଷା ସାହିର ମହିଳା ମାନେ ଏନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମହିଳା ମାନଙ୍କ କହିବା ଅନୁଯାୟୀ ତାଙ୍କ ସାହିରେ ପ୍ରାୟ ତିନିଶହରୁ ଅଧିକ ଲୋକ ବସବାସ କରୁଛନ୍ତି। କିନ୍ତୁ ପାଣି ପାଇଁ ସେମାନେ ଡହଳ ବିକଳ ହେଉଛନ୍ତି। ପୂର୍ବରୁ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପାଣି ପାଇପ୍ ପଡିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭାଗୀୟ ଅଧିକାରୀ ଆଜି ହେବ, କାଲି ହେବ ବୋଲି କହୁଛନ୍ତି କିନ୍ତୁ କିଛି କାର୍ଯ୍ୟକାରୀ ହେଉ ନାହିଁ। ଏନେଇ ମହିଳା ମାନେ ଆଜି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *