• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କାର ଓ ଟାଟା ଏସି ଯାତ୍ରୀବାହି ଟେମ୍ପୁ ମୁହାମୁହିଁ ଧକ୍କା

Bymamatanews

Dec 18, 2024
Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚମ୍ପତ୍ତାମୁଣ୍ଡା ବାଙ୍କ ନିକଟରେ ଟାଟା ଏସି ଯାତ୍ରୀବାହୀ ଟେମ୍ପୋ ଓ କାର ଧକ୍କା ରେ ୬ ଜଣ ଗୁରୁତ୍ତର । ଗୁରୁତ୍ତର ମାନେ ହେଲେ ରାଜ କିଶୋର୍ ନାଏକ, ରିନା ବେହେରା, ଶିବା ବେହେରା, ଭାରତୀ ବେହେରା, ମଞ୍ଜୁ ବେହେରା, ସାଗର ବେହେରା । ସମସ୍ତଙ୍କୁ ଘଟଣା ସ୍ଥଳରୁ ପୋଲିସ ଉଦ୍ଧାର କରି ନିଜ ପୋଲିସ ଗାଡି, ଆମ୍ବୁଲାନ୍ସ, ଏକ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସୂଚନା ଯେ, ବଡକେରା ଗ୍ରାମର ର ଗୋଟିଏ ପରିବାର ବନ୍ତଳା ଥାନାରେ ଏକ କେଶର ସମାଧାନ କରି ଟାଟା ମ୍ୟାଜିକ୍ ଯୋଗେ ରାତ୍ର ସମୟରେ ଘର କୁ ଫେରୁଥିଲେ। ସେହି ସମୟରେ ଏକ କ୍ରେଟା କାର ବଡକେରା ଆଡୁ ଆଠଗଡ଼ ଅଭିମୁଖେ ଯାଉଥିବା ବେଳେ ବାଙ୍କ ନିକଟରେ ଦୁଇଗାଡି ମୁହାମୁହିଁ ଧକ୍କା ହୋଇଥିଲା। ଟାଟା ମ୍ୟାଜିକ୍ ଚାଳକ ରାଜ କିଶୋର୍ ନାଏକ ଓ ଅନ୍ୟ ୫ ଜଣ ଯାତ୍ରୀ ଗୁରୁତ୍ତର ହୋଇ ଯାଇଥିଲେ। ଘଟଣା ସ୍ଥଳରେ ବନ୍ତଳା ପୋଲିସ ପହଁଞ୍ଚି ୬ ଜଣ ଗୁରୁତ୍ତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଏ ପଟେ କ୍ରେଟା ଗାଡି ରେ ଥିବା ପରିବାର ବର୍ଗ ସାମାନ୍ୟ ଆହତ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *