• Fri. Apr 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରେମ ବିଫଳତା ଓ ସମ୍ପତି ମାମଲାକୁ ନେଇ ହତ୍ୟାକାଣ୍ଡ ରଚିଥିଲା ପ୍ରେମିକ

Bymamatanews

Apr 24, 2026
Spread the love

ଚାଞ୍ଚଲ୍ୟକର ସସ୍ମିତା ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ-

ଜଗତସିଂହପୁର ଗତ ୨୧ ଅପ୍ରେଲରେ ସଂଗଠିତ ସସ୍ମିତା ଦାସ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ ପପୁକୁ ଜଗତସିଂହପୁର ପୋଲିସ ଗତକାଲି ଜାମସେଦପୁର ରୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସପି ଦେଇଥିବା ସୂଚନା ଅନୁସାରେ ଜଗତସିଂହପୁର ଥାନା ଅଧିନ କାଠିଆପଡା ଗ୍ରାମର ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସ ଓରଫ ଡଲିର ମୃତ ଦେହ ମୁଗ କିଆରୀରୁ ମିଳିଥିଲା। ଘଟଣାର ଅନୁସନ୍ଧାନ କରିବା ସହିତ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନକାରୀ
କୁକୁର ପାଇଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ପୋଲିସ ଦଳ ଜାମେସେଦପୁର ଯାଇ ଗତକାଲି ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଗିରଫ କରିଥିଲେ। ପୋଲିସ ସୂଚନା ଅନୁସାରେ ଗତ ୨୦୧୩ ରେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ପୁତ୍ର ସନ୍ତାନ ରହିଛି।

ତେବେ ୨୦୧୬ ମସିହାରେ ସୂର୍ଯ୍ୟକାନ୍ତ ପ୍ରେମିକା ସସ୍ମିତାଙ୍କ ସଂସ୍ପର୍ଶରେ ଆସିଥିଲେ। ସୂର୍ଯ୍ୟକାନ୍ତ ସସ୍ମିତା ନାମରେ ୪ ଗୁଣ୍ଠ ଜମି କିଣିବା ସହିତ ୧୦ ଲକ୍ଷ ଟଙ୍କାର ଏଲଆଇସି ବଣ୍ଡ କରିଥିଲେ। ତେବେ ସୂର୍ଯ୍ୟକାନ୍ତ ବିବାହିତ ହୋଇଥିବା ଜାଣିବା ପରେ ସୂର୍ଯ୍ୟକାନ୍ତଙ୍କ ନାମରେ କେସ ସସ୍ମିତା ଦେଇଥିଲେ ଓ ସୂର୍ଯ୍ୟକାନ୍ତ ଗିରଫ ହୋଇ ଜେଲ ଯାଇଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଇତି ମଧ୍ୟରେ ୨୦୨୫ରେ ସସ୍ମିତା ବାଙ୍ଗାଲୋର ଯାଇଥିଲା ଓ ସେଠାରୁ ଫେରିବା ପରେ ସେ ଭଦ୍ରକର ଜଣେ ଯୁବକକୁ ବିବାହ କରିବା ପାଇଁ ନିର୍ବନ୍ଧ ମଧ୍ଯ ହୋଇଥିଲା। ଅଭିଯୁକ୍ତ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘଟଣା ସମ୍ପର୍କରେ ଜାଣି ପାରି ଜଣେ ସୁପାରିକିଲର ସହିତ ଯୋଗା ଯୋଗ କରି ଗତ ୨୧ ତାରିଖରେ ପ୍ରେମିକା ସସ୍ମିତାକୁ ମୁଗ ବିଲକୁ ଡାକି ହତ୍ୟା କରିଥିବା ବିଷୟ ସ୍ବୀକାର କରିଛନ୍ତି। ମୂଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଗିରଫ ହୋଇଥିବା ସମୟରେ ସୁପାରୀ କିଲରକୁ ପୋଲିସ ଧରିବା ପାଇଁ ଉଦ୍ୟମ ଚଳାଇଛି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *