ଅନୁଗୋଳ କଣ୍ଟ୍ରୋଲ ରୁମକୁ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ନୂଆହତା ପଞ୍ଚାୟତ ର ବିରବାହାନପୁର ଗ୍ରାମର ଶ୍ରୀ ବିଷ୍ଣୁଦେବ ନାଏକଙ୍କ ଠାରୁ ଏକ ଆପତ୍କାଳୀନ ସୂଚନା ମିଳିଥିଲା ଯେ, ତାଳଚେର ରେଞ୍ଜ ଅନ୍ତର୍ଗତ FCI ସେକ୍ସନର ଗଣ୍ଠିଗାଡିଆ ବିଟ୍ ଅଞ୍ଚଳରେ ଏକ ଆହତ ମାଙ୍କଡ଼ ଅଛି ।

ସୂଚନା ପାଇବା ସହିତ ଆହତ ମାଙ୍କଡ଼ଟିକୁ ବନବିଭାଗ ଦ୍ଵାରା ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତାଳଚେର ପଶୁ ଚିକିତ୍ସାଳୟକୁ ପଠାଯାଇଥିଲା। ଚିକିତ୍ସା ପରେ ମାଙ୍କଡ଼ଟି ବର୍ତ୍ତମାନ ସୁସ୍ଥ ଅବସ୍ଥାରେ ରହିଛି ଏବଂ ତାଳଚେର ରେଞ୍ଜ କାର୍ଯ୍ୟାଳୟରେ ଚିକିତ୍ସା ଓ ନିରୀକ୍ଷଣ ଅଧୀନରେ ଅଛି।

ଏହି ଉଦ୍ଧାର ଅଭିଯାନକୁ ଶ୍ରୀ ମନ୍ମଥ ମହାନ୍ତି (ଫରେଷ୍ଟ ଗାର୍ଡ), ଶ୍ରୀ ଚନ୍ଦନ ସାମଲ (ଗଜମିତ୍ର), ଶ୍ରୀ ପ୍ରଦ୍ୟୁମ୍ନ ସାହୁ (ଗଜମିତ୍ର), ଶ୍ରୀ ବିଭୂତି ବେହେରା (ଗଜମିତ୍ର) ଏବଂ ଏଲିଫାଣ୍ଟ ସ୍କ୍ୱାଡ୍ର ଶ୍ରୀ ସୁଶାନ୍ତ ମାଝୀ ସଫଳତାର ସହ କାର୍ଯ୍ୟକରିଥିଲେ।
