ଅନୁଗୋଳ ଜିଲ୍ଲାର ବଅଁରପାଳ ଅଞ୍ଚଳ ଏକ ବ୍ୟସ୍ତ ବହୁଳ ଅଞ୍ଚଳ। ବଅଁରପାଳ ଛକ ଦେଇ ତାଳଚେରେରୁ ଶହ ଶହ କୋଇଲା ଗାଡି ଯାଉଥିବା ବେଳେ କଟକ ଭୁବନେଶ୍ୱର ରୁ ବସ ସହିତ ଅନ୍ୟାନ୍ୟ ଗାଡି ମୋଟର ମଧ୍ଯ ଦିନକୁ ହଜାର ହଜାର ଗାଡି ମୋଟର ଯିବା ଆସିବା କରୁଛି। ଧୂଳି ଧୁଆଁରେ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ବେଳେଯିଏ ଯେଉଁଠି ପାରିଲା ହୋଟେଲ ଢାବା କିମ୍ବା ଫାଷ୍ଟ ଫୁଡ୍ ଖୋଲି ବେପାର କରିବାରେ ଲାଗିଛନ୍ତି। ବଅଁରପାଳ ଅଞ୍ଚଳରେ ଜଳ ଠାରୁ ଆରମ୍ଭ କରି ବାୟୁ ପର୍ଯ୍ୟନ୍ତ ସବୁ ଦୂଷିତ ହେଉଛି। ଖୋଲା ମେଲାରେ ଦୋକାନୀ ମାନେ ବେପାର କରୁଛନ୍ତି। ଲୋକଙ୍କୁ ବିଷାକ୍ତ ଖାଦ୍ୟ ଖାଇବା ପାଇଁ ଦେଉଥିବା ବେଳେ ଏନେଇ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୋଟିଏ ଦିନ ମଧ୍ଯ ଚଢାଉ କରାଯାଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କେବଳ ଅନୁଗୋଳ ଓ ସହର ଅଞ୍ଚଳରେ ଚଢାଉ କରି ଘୋର ନିଦ୍ରାରେ ରହିଯାଉଛି । ସେହିପରି ବଅଁରପାଳ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ମଦ ସହ ବିଭିନ୍ନ ପ୍ରକାର ନିଶା ବିକ୍ରି ହେଉଛି। ଯାହା ଫଳରେ ପୋଲିସ ପକ୍ଷରୁ ଚଢାଉ କରା ଯାଉଥିବା ବେଳେ ମଧ୍ୟ ଦୃବର୍ତ୍ତ ଓ ବେପାରୀ ଲଗାମ ବିହୀନ ହେଉଛନ୍ତି । ମଦ୍ୟପାନ କରି ଲୋକମାନେ ଉତ୍ପାତ ହେଉଛନ୍ତି। ଛୋଟ ବଡ ଚାଳିଆ କରି ବ୍ୟବସାୟ ଓ ଧୁବୁ ଚିକ୍କଣ ଫେମିଲି ହୋଟେଲ କହି ଖୁଲମ ଖୁଲା ମଦ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗର ନୀରବ ଦ୍ରଷ୍ଟା କୁ ଦେଖି ଅଞ୍ଚଳବାସୀ ଘୋର ନିନ୍ଦା କରୁଛନ୍ତି।
