• Wed. Jun 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା ଲୋଭୀ ଠାକୁରାଣୀ ମନ୍ଦିରର ଉନ୍ନତୀକରଣ ପାଇଁ ୨ କୋଟି ରୁ ଉର୍ଦ୍ଧ ଟଙ୍କା ମଞ୍ଜୁର

Bymamatanews

Jun 24, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଲୋଭୀ ଠାକୁରାଣୀ। କାହିଁ କେଉଁ କାଳରୁ ଗଡସନ୍ତ୍ରୀ ଗ୍ରାମରେ ଆବିର୍ଭାବ ହୋଇଛନ୍ତି।

ମାଙ୍କ ଦେବୀ ପୀଠ ଓ ମନ୍ଦିରର ଉନ୍ନତୀକରଣ ପାଇଁ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଅବଗତ କରଯାଇଥିଲା। ତେବେ ଆଜି ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତିମୟ ଗଡ଼ସନ୍ତ୍ରୀ ଗ୍ରାମକୁ ଆସିଥିଲେ ଓ ମନ୍ଦିର ପରିଦର୍ଶନ କରି ଉନ୍ନତୀକରଣ ପାଇଁ ୨ କୋଟି ୨୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ମିରା ଗଡ଼ନାୟକ, ସମାଜସେବୀ ସରୋଜ ସାହୁଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!