
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ନିକଟ ମାନପୁର ଗ୍ରାମ ବ୍ରାହ୍ମଣୀ ନଦୀ ରେ ଗାଧୋଇବା ବେଳେ ଅଘଟଣ ଘଟି ଜଣେ ଯୁବକ ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବକ ଜଣଙ୍କ ହେଲେ ମାନପୁର ସୁଧାକର ସାହୁ ଙ୍କ ୩୩ ବର୍ଷୀୟ ପୁଅ ସୁଶିଲ ସାହୁ। ସକାଳ ସମୟରେ ନଦୀ କୁ ଶଳା ଭେଣୋଇ ସୁଶିଲ ଗାଧୋଇବାକୁ ଯାଇ ପାଣିରେ ବୁଡି ଭାସିଯାଇଥିଲେ ।

ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଶଳା କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ସୁଶିଲ ନଦୀ ଗର୍ଭ କୁ ଭାଷୀ ଯାଇଥିଲେ । ଗ୍ରାମବାସୀ ଖବର ପାଇ ବହୁ ଖୋଜାଖୋଜି କରି ନପାରିବାରୁ ଦମକଳବାହିନୀ କୁ ଖବର୍ ଦେଇଥିଲେ। ଦମକଳବାହିନୀ ଖବର ପାଇ ଘଟଣାସ୍ଥଳରେ ବୁଢ଼ାପଙ୍କ ଦମକଳବାହିନୀ, ହିନ୍ଦୋଳ ରୋଡ ଦମକଳବାହିନୀ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ସୋମବାର ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ।
