• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାମ ନବମୀ ଅବସରରେ ଆଜି ଅନୁଗୋଳ ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖୁବାକୁ ମିଳିଛି

Bymamatanews

Mar 28, 2026
Spread the love

ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ଯାତ୍ରା ପାଳନ ପାଇଁ ଅନୁମତି ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି ଆମ୍ବପାଳ ଗ୍ରାମବାସୀ। ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଘଣ୍ଟ, ଶଙ୍ଖ, ଧୂପ ଓ ଦୀପ ଦେଇ ପ୍ରଭୁଙ୍କ ଆରାଧନା କରିବା ସହ ଜୟ ଶ୍ରୀରାମ ଧ୍ବନିରେ ସାରା କାର୍ଯ୍ୟାଳୟ ପରିସରକୁ ପ୍ରକମ୍ପିତ କରିଥିଲେ। ଏହା ପ୍ରାଶାସନିକ କଟକଣା ବିରୋଧରେ ଗ୍ରାମବାସୀଙ୍କ ଏକ ଅଭିନବ ପ୍ରତିବାଦ ବୋଲି ଅନୁଗୋଳ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନା ଯେ, ୨୦୦୭ ମସିହାରେ ଆମ୍ବପାଳ ଗ୍ରାମରେ କୋଇଲା ପରିବହନ ବିବାଦ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାମ ନବମୀ ଯାତ୍ରା ବନ୍ଦ ରହିଥିଲା। ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଗ୍ରାମବାସୀ ପୁଣି ଥରେ ଏହି ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥ‌ିବା ଶାନ୍ତି କମିଟି ବୈଠକ ବିଫଳ ହୋଇଥିଲା । ଶେଷରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଳନ ଉପରେ ରୋକଠୋକ୍ ମନା କରିଦିଆଯାଇଥିଲା। ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରିବୋଲ ଓ ହୁଳହୁଳି ପକାଇ ଭକ୍ତିପୂତ ପରିବେଶରେ ରାମ ନବମୀ ପାଳନ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *