
ବଅଁରପାଳ ପୋଲିସ କୁ ଖୋଲା ଚ୍ଯାଲେଞ୍ଜ ଦେଉଛନ୍ତି ଦୃବର୍ତ୍ତ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗ୍ରାମର ଜଣେ ଯୁବକଙ୍କର ବାଇକ୍ ଚୋରୀ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳର ଅରବିନ୍ଦ ମହାନ୍ତି ନାମକ ଜଣେ ଯୁବକ ନୂଆହତା ର ସନ୍ତ୍ରୀ ଛକରେ ଭଡା ରେ ରହୁଛନ୍ତି। ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ଅରବିନ୍ଦ ନିଜର ବୁଲେଟ୍ ବାଇକ କୁ ତାଲା ପକାଇ ଘର ଭିତରକୁ ଯାଇ ଖାଇ ରାତିରେ ଶୋଇଥିଲେ। ସକଲ ସମୟରେ ଦେଖିଲା ବେଳକୁ ଘର ମଧ୍ୟରେ ବାଇକ୍ ନଥିଲା। ବାଇକ୍ କୁ ବହୁ ବହୁ ଖୋଜାଖୋଜି କରିଥିଲେ ସନ୍ଧାନ ନମିଳିବାରୁ ବାଧ୍ୟ ହୋଇ ବାଇକ୍ ଚୋରୀ ହୋଇ ଯାଇଥିବା ଥାନାରେ ଏତଲା ଦେଇଛନ୍ତି।
