କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରବ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଏହି ଜଙ୍ଗଲି ହାତୀ କେତେବେଳେ କାହାର ଜୀବନ ନେଉଛି ତ କେତେବେଳେ ଗ୍ରାମ ମଧ୍ୟରେ ପଶି ଲୋକଙ୍କ ଘର ଭାଙ୍ଗୁଛି। କେତେବେଳେ ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରୁଛିତ କେତେବେଳେ ବିଭିନ୍ନ ଫସଲ ନଷ୍ଟ କରୁଛି। କେତେବେଳେ ଗ୍ରାମରେ ପଶି ରାତିରେ ଲୋକେ ସୋଇଥିବା ବେଳେ ଲୋକଙ୍କ ଘରଭାଙ୍ଗି ଧାନ ଚାଉଳ ଖାଉଛନ୍ତି ଏହି ହାତୀପଲ। ଚମ୍ପୁଆ ରେଞର ଗୋବିନ୍ଦପୁର ଗ୍ରାମରେ ପଶି ଗ୍ରାମର ଜଣକ ଘର କବାଟଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଛି ଏକ ଗୋଠଛଡା ଦନ୍ତା। ଆଜି ସକାଳୁ ହାତୀ ଟି ପଦ୍ମପୁର ର ଗ୍ରାମର ଜଙ୍ଗଲରୁ ବାହାରି ଗୋବିନ୍ଦପୁର ଗ୍ରାମରେ ପଶି ଗ୍ରାମର ମମତା ପାତ୍ରଙ୍କ ଘରର କବାଟ ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଥିବା ନେଇ ସୂଚନା। ଗ୍ରାମର ଲୋକମାନେ ଘାଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାରୁ ହାତୀଟି ଗ୍ରାମ ନିକଟସ୍ଥ ଝାଲିଆବେଡା ଜଙ୍ଗଲକୁ ଚାଲିଯାଇଥିବା ନେଇ ସୂଚନା।ତେବେ ହାତୀଟି ଗ୍ରାମ ମଧ୍ୟରେ ପଶି ଉପଦ୍ରବ ଚଳାଇଥିବା ବେଳେ ବେଳେ ବନବିଭାଗର କାର୍ଯ୍ୟକଳାପ କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
