• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାତକୋଶିଆ ଗଣ୍ଡରେ ୧୨ଟି ଘଡିଆଳ କୁମ୍ଭୀର

Bymamatanews

Mar 30, 2026
Spread the love

ଅନୁଗୋଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ଆଜି ୧୨ଟି ଘଡିଆଳ କୁମ୍ଭୀର ଆଜି ଛଡା ଯାଇଛି । ସାତକୋଶିଆ ମହାନଦୀରେ ୧୯୭୫ ମସିହାରେ ଘଡିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ବଂଶ ବୃଦ୍ଧି ପାଇଁ ୨୦୨୦ ମସିହାରେ ଘଡିଆଳ ମାଈ ଅଣ୍ଡିରା କୁମ୍ଭୀର ଛଡ଼ା ଯାଇଥିଲା। ସାତକୋଶିଆ ଗଣ୍ଡରେ ଆଜି ୧୨ଟି ଘଡ଼ିଆଳ କୁମ୍ଭୀର ଛଡ଼ା ଯାଇଛି। ଟିକରପଡ଼ାରେ ପିଞ୍ଜରାରୁ ଗୋଟିଏ ମାଈ ଘଡିଆଳ କୁମ୍ଭୀର ଓ ନନ୍ଦନକାନନରୁ ୬ଟି ମାଈ ଘଡିଆଳ କୁମ୍ଭୀର ଏବଂ ନନ୍ଦନକାନନରୁ ୫ଟି ଅଣ୍ଡିରା ଘଡିଆଳ କୁମ୍ଭୀରସହ ମୋଟ ୧୨ଟି ଘଡିଆଳ କୁମ୍ଭୀର ଛଡ଼ା ଯାଇଛି। ଚଳିତ ବର୍ଷ ହୋଇଥିବା କୁମ୍ଭୀର ଗଣନାରେ ଘଡିଆଳ କୁମ୍ଭୀର ୨୨ଟି ଥିଲେ।ମହାନଦୀ ଗଣ୍ଡରେ ଆଜି ଘଡିଆଳ କୁମ୍ଭୀର ଛାଡ଼ିବା ପରେ ବଂଶ ବୃଦ୍ଧି ପାଇ ୩୪ରେ ପହଞ୍ଚିଛି। ଏହି କୁମ୍ଭୀର ସୁନାଖଣିଆ ଠାରେ ଛଡ଼ା ଯାଇଥିବା ବେଳେ କୁମ୍ଭୀର ଦେହରେ ଟ୍ୟାଗିଙ୍ଗ ଟ୍ରାନ୍ସମିଟର ଲଗା ଯାଇଛି। ଏଥିରେ ନନ୍ଦନକାନନ ଟିମ୍ ସହିତ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ବୌଦ୍ଧ ବନଖଣ୍ଡ ଅଧିକାରୀ ଏବଂ ଅନୁଗୋଳ ଆରସିସିଏଫ୍ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *