ରାଜଧାନୀ ରେ ଉପଲବ୍ଧ ହେଉଥିବା ନୂତନ ଜ୍ଞାନକୌଶଳ ଆଧାର କେନ୍ଦ୍ର ଏବେ ଜନସାଧାରଣ ପାଇବେ ଅନୁଗୋଳ ଜିଲ୍ଲାରେ
ଅନୁଗୋଳ ଜିଲ୍ଲାରେ ଆଧାର ସଂଶୋଧନ ଓ ନୂତନ ପଞ୍ଜୀକରଣକୁ ନେଇ ଲୋକମାନେ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି UIDAI ର ସହଯୋଗରେ BLS ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଗୋଳରେ ଏକ ଆଧାର ସେବା କେନ୍ଦ୍ର ସ୍ଥାପିତ ହୋଇଯାଇଛି। ଅନୁଗୋଳର କାଲଟେକ୍ସ ଛକ ନିକଟରେ ଥିବା କ୍ରେସେଣ୍ଟ କନଭେନସନର ଗ୍ରାଉଣ୍ଡ ଫ୍ଲୋର ବିଲ୍ଡିଂ କମ୍ପ୍ଲେକ୍ସଠାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅନୁଗୋଳର ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏପର୍ଯ୍ୟନ୍ତ ନୂତନ ଆଧାର ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ବାୟୋମେଟ୍ରିକ ଅପଡେଟ୍ ଭଳି ଜରୁରୀ ସେବା ପାଇଁ ଅନୁଗୋଳବାସୀଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ୁଥିଲା। ଏବେ ସେହି ସବୁ ସୁବିଧା ଅନୁଗୋଳ ଜିଲ୍ଲା ptc ନିକଟର କାଲଟାକ୍ସ ଛକରେ ହିଁ ଉପଲବ୍ଧ ହେବ। ଏହି ଆଧାର କେନ୍ଦ୍ରଟି ସପ୍ତାହର ସମସ୍ତ ୭ ଦିନ ଖୋଲା ରହିବ। ଏହି ଅବସରରେ ମାନ୍ୟବର ବିଧାୟକ ଏଭଳି ଏକ ଜନହିତକର ପଦକ୍ଷେପ ପାଇଁ UIDAI ଏବଂ BLS ଇଣ୍ଟରନ୍ୟାସନାଲ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।
