• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୪ ପାଳିତ

Bymamatanews

Sep 22, 2024
Spread the love

ଢେଙ୍କାନାଳ : (୨୨.୦୯.୨୦୨୪) ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅଖିଳ ପୃଷ୍ଟିଙ୍କ ସଭାପତିତ୍ବରେ ଓ ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ମୁଖ୍ୟଅତିଥି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ସ୍ଵୀୟ ଅଭିଭାଷଣରେ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷାର ଆବଶ୍ୟକତା ଓ ଅଧ୍ୟୟନର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ଏହି ଭାଷାକୁ ଶିଖିବା ଦରକାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ମୁଖ୍ୟଅତିଥିଙ୍କ ସୁଲଳିତ କଣ୍ଠରେ ଏକ ହିନ୍ଦୀ ସଙ୍ଗୀତ ଗାନ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ଲକ୍ଷ୍ମଣ କୁମାର ସାହୁ ସ୍ଵୀୟ ବକ୍ତବ୍ୟରେ ହିନ୍ଦୀ ଆମ ପରିଚୟ ଓ ପ୍ରତିଷ୍ଠାର ଭାଷା l

ସେଥିଲାଗି ପ୍ରତ୍ୟେକ ହିନ୍ଦୀ ଶିକ୍ଷକ ହିନ୍ଦୀ ଭାଷାର ଉପାସକ ହେବା ସହ ଭାଷାର ପ୍ରଚାର ଓ ପ୍ରସାର ଲାଗି ବ୍ରାଣ୍ଡ ଆମ୍ବାସାଡ଼ର ହେବା ଆବଶ୍ୟକ ବୋଲି ଦୃଢ଼ ମତପ୍ରକାଶ କରିବା ସଙ୍ଗେ ସଙ୍ଗେ ହିନ୍ଦୀ ଶିକ୍ଷା ପ୍ରତି ଅଧିକ ଆଗ୍ରହର ଅଭିବୃଦ୍ଧି ପାଇଁ ଦୃଢ଼ ଆହ୍ଵାନ ମଧ୍ୟ ଜଣାଇଥିଲେ । ମୁଖ୍ୟବକ୍ତା ଭାବରେ ଡ଼ଃ ଅଜିତ କୁମାର ମହାପାତ୍ର ପୂର୍ବତନ ଅଧ୍ୟକ୍ଷ,ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନ,କଟକ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତରେ ଏହାର ପରିବ୍ୟାପ୍ତତା ହିଁ ହିନ୍ଦୀ ଭାଷାକୁ ଲୋକପ୍ରିୟ କରି ଏହାକୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ସମ୍ମାନିତ ବକ୍ତା ଭାବରେ ଡ଼ଃ ଅମୂଲ୍ୟ ରତ୍ନ ମହାନ୍ତି,ହିନ୍ଦୀ ବିଭାଗ ଅଧ୍ୟକ୍ଷ ଡି.କେ.ଏନ୍ କଲେଜ୍,ଏରଞ୍ଚ, କଟକ ଯୋଗଦାନ କରି ଢେଙ୍କାନାଳ ମାଟିର ସମର କବି ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାରେ ଉନ୍ନତ ସାହିତ୍ୟ ସୃଷ୍ଟି କରି ସ୍ୱ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଓଡ଼ିଶାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ହିନ୍ଦୀ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କର ଉପଯୁକ୍ତ ନିର୍ଦ୍ଧାରିତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ପ୍ରଧାନ ଶିକ୍ଷକ ପଦବୀ ପାଇଁ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରିବାରେ ସରକାର ଅହେତୁକ ବିଳମ୍ବ ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଭାରେ ଉଦବେଗ ପ୍ରକାଶ କରିଥିଲେ। ତୃତୀୟ ଭାଷା ହିନ୍ଦୀ ତଥା ସଂସ୍କୃତ ସହ ୫୦ ନମ୍ବର ପ୍ରାକ୍ଟିକାଲ ମାର୍କ ଥିବା ଭୋକେସ୍ ନାଲ ବିଷୟକୁ ରଖିବା ସରକାରଙ୍କ ଏକ ନିନ୍ଦନୀୟ,ବୈମାତୃକ ଅଭିସନ୍ଧି ମୂଳକ ପଦକ୍ଷେପ ଓ ଏହାକୁ ତୃତୀୟ ଭାଷାର ବିକଳ୍ପ ବିଷୟରୁ ପରିବର୍ତ୍ତିତ କରି ୧୦୦ ମାର୍କ ରଖି ସ୍ଵତନ୍ତ୍ର ଭୋକେସନାଲ ବିଷୟ ରଖାଯାଉ ବୋଲି ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ । ସେହିପରି ହିନ୍ଦୀରେ ସ୍ନାତକତ୍ତୋର ଡିଗ୍ରୀଧାରୀ ଓ ୪୮ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କୁ ତାଲିମପ୍ରାପ୍ତ ଗ୍ରାଜୁଏଟ୍ ହିନ୍ଦୀ ସ୍କେଲ୍ ଅନୁଯାୟୀ ଦରମା ପ୍ରଦାନ କରିବାର ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଢେଙ୍କାନାଳ ପରି ଓଡ଼ିଶାର ୫ ଟି ଜିଲ୍ଲାରେ ଏହାର ବ୍ୟତିକ୍ରମ ନକରି ଉଚିତ୍ ନ୍ୟାୟ ପ୍ରଦାନ କରି ସରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବୀ ଜଣାଇଥିଲେ । ୨୦୨୪ ହାଇସ୍କୁଲ୍ ସାର୍ଟିଫିକେଟ ହିନ୍ଦୀ ପରୀକ୍ଷାରେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଜିଲ୍ଲାର ୭୨ ଜଣ ଛାତ୍ରୀ ଛାତ୍ରଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପ୍ରଦାନ କରିଥିଲେ। ସେହିପରି ଚଳିତ ବର୍ଷ ସେବାନିବୃତ ହୋଇଥିବା ହିନ୍ଦୀ ଶିକ୍ଷକ ଧୀରେନ୍ କୁମାର ସାହୁ,ଶ୍ରୀକାନ୍ତ କୁମାର ବେଜ,ହଳଧର ରାଉତ,ଯୁଗଳ କିଶୋର ରାଉତ,ଉର୍ମିଳା କର,ଆଦିତ୍ୟ କୁମାର ସାହୁ, ଶରତଚନ୍ଦ୍ର ପଣ୍ଡା,ଦାଶରଥି ବିଶ୍ଵାଳ ପ୍ରମୁଖଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଢେଙ୍କାନାଳ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୧ ଜଣ ନୂତନ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ, ଧୂପ, ଦୀପ ନୈବେଦ୍ୟ ଅର୍ପଣ କରିଥିଲେ ଓ ହିନ୍ଦୀ ଶିକ୍ଷକ ଦିଲ୍ଲୀପ କୁମାର ରାଜ ମଙ୍ଗଳା ଚରଣ ଗାନ କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ମାନେ ସମବେତ ହିନ୍ଦୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଠା ଡା.ଦେବୀ ପ୍ରସାଦ ମିଶ୍ର,ଭୁବନେଶ୍ୱର ରାଉତ୍,କାଦମ୍ବିନୀ ପ୍ରଧାନ,ଉତ୍ତମ କୁମାର ସାମନ୍ତ,ସୁରଜିତା ମିଶ୍ର,ରଶ୍ମିତା ରଥ,ସୁରେଶ କୁମାର ସାହୁ,ଅଚ୍ୟୁତାନନ୍ଦ ସାହୁ,ଅନସୂୟା ଜେନା,ନବ କିଶୋର ବେହେରା,ମିନତୀ ମିଶ୍ର,ରେଣୁବାଳା ବେହେରା,ମୋନାଲିସା ପ୍ରଧାନ,ଅଭୟ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଂଘ ସାଂସ୍କୃତିକ ଉପଦେଷ୍ଠା ଅନ୍ତରା ଘୋଷ୍ ଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ସଭା ପରେ ପରେ ହିନ୍ଦୀ ଭାଷାରେ ବକ୍ତୃତା, ଦେଶାତ୍ମବୋଧକ କବିତା ପାଠ,ଦେଶାତ୍ମବୋଧକ ସଙ୍ଗୀତ ଓ ହିନ୍ଦୀ ଶିକ୍ଷୟିତ୍ରୀ ମିନତୀ ମିଶ୍ର ସୁନ୍ଦର ନୃତ୍ୟ ସମେତ ଅନ୍ୟ ଛାତ୍ରୀ,ଛାତ୍ରମାନଙ୍କର ପାରମ୍ପରିକ ଓ ଆଧୁନିକ ହିନ୍ଦୀ ସଙ୍ଗୀତ ର ତାଳେତାଳେ ମନୋଲୋଭା ନୃତ୍ୟ ମାଧ୍ୟମରେ ସୁନ୍ଦର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଅତିଥି ପରିଚୟ ପ୍ରଦାନ,ସଂଘର ବାର୍ଷିକ ବିବରଣୀ ପାଠ ଓ ସଭା ସଂଯୋଜନା କରିଥିଲେ। ପରିଶେଷରେ ହିନ୍ଦୀ ଶିକ୍ଷକ ରମାକାନ୍ତ ସାହୁ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ହିନ୍ଦୀ ଦିବସ -୨୦୨୪ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ଵ ଭାଷା ଓ ସାହିତ୍ୟ ସମନ୍ଵୟ,ଗବେଷଣା,ପ୍ରଚାର ଓ ପ୍ରସାର ପରିଷଦର ଉପଦେଷ୍ଟା ତଥା ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର ମୁଖ୍ୟ ଉପଦେଷ୍ଟା,ନିଖିଳ ଓଡିଶା ରାଜ୍ୟ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ ଡା.ଦେବୀ ପ୍ରସାଦ ମିଶ୍ର ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ହିନ୍ଦୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କର ସମସ୍ତ ଦାବୀ ଯୁକ୍ତି ଯୁକ୍ତ ଓ ସରକାର ଏହାକୁ ସହୃଦୟତାର ସହ ବିଚାର କରି ସେମାନଙ୍କୁ ତ୍ଵରିତ ଉଚିତ୍ ନ୍ୟାୟ ପ୍ରଦାନ କରିବେ ବୋଲି ଦୃଢ଼ ଆଶାପୋଷଣ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

Leave a Reply

Your email address will not be published. Required fields are marked *