କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ତା ୨୬.୦୯.୨୦୨୪ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଟାଟା ପାୱାର ବିଦ୍ୟୁତ ଅଫିସ ଟାଙ୍ଗୀ ସମ୍ମୁଖରେ ଓଡ଼ିଶା କୃଷକ ସଭା ତରଫରୁ ବିଦ୍ୟୁତ ଘରୋଇ କରଣକୁ ପ୍ରତ୍ୟାହାର କରିବା ଏବଂ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ୍ ଯୋଗାଇ ଦେବା ଦାବିରେ ଗଣ ଧାରଣ ଦିଆଯାଇଥିଲା। ଏହା ସହିତ ଆଞ୍ଚଳିକ ସମସ୍ୟା ର ଆଠ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ। ଟାଙ୍ଗୀ ଚୌଦ୍ବାର ବ୍ଲକ ସମ୍ମୁଖରୁ ବାହାରି TPCODL ଅଫିସ ପାଖରେ ପହଞ୍ଚିଥିଲେ l ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ଚୌଦ୍ବାର ଆଞ୍ଚଳିକ କମିଟିର ସମ୍ପାଦକ ରମେଶ ବେହେରା ନେତୃତ୍ଵ ନେଇଥିଲେ l ଓଡ଼ିଶା କୃଷକ ସଭାରେ ଡମ୍ବରୁ ଧର ସାହୁ, ବିଷ୍ଣୁ ଚରଣ ବେହେରା, ଚନ୍ଦ୍ର ମୋହନ ମାଝି, ରାଜେନ୍ଦ୍ର ବଂଗରା, ରସିକ କ୍ୱିକଲ ଉପସ୍ଥିତ ଥିଲେ l
ଚୌଦ୍ଵାରରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ
