• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୋଷୀଙ୍କୁ ଗିରଫ ଦାବି ନେଇ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ମହିଳା

Bymamatanews

Sep 29, 2024
Spread the love

ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଟରଂଗ ଗ୍ରାମ ର ସୁକାନ୍ତ ବେହେରା ଙ୍କ ସ୍ତ୍ରୀ ପ୍ରଭାତୀ ବେହେରା ଆଜି ଦୋଷୀଙ୍କୁ ଗିରଫ ଦାବି ନେଇ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଯେ, ଆଜି କୁ ୧୦ ଦିନ ତଳେ ଗ୍ରାମରେ ଗଣେଶ ପୂଜା ଭସାଣୀ ଉତ୍ସବ ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ ପ୍ରଭାତୀ ବେହେରାଙ୍କ ସ୍ବାମୀ ସୁକାନ୍ତ ବେହେରା ଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ସୁକାନ୍ତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ନ ସୁଧୁରିବାରୁ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ଏହି ଘଟଣା ବିଷୟରେ ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ ପ୍ରଭାତୀ । ତେବେ ଏ ଘଟଣା କୁ ପ୍ରାୟ ୧୦ ଦିନ ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ପୋଲିସ । ଏଥିପାଇଁ ବାଧ୍ୟ ହୋଇ ଦୋଷୀଙ୍କୁ ଗିରଫ ଦାବି ନେଇ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରି କରିଛନ୍ତି । ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *