ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜଗତସିଂହପୁର ଜ଼ିଲ୍ଲା ବିଜୁ ଜନତା ଦଳ ତରଫରୁ ପଦଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଶୁଭାରମ୍ଭ କରାଯାଇଛି | ବିଜେଡି ର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଏବଂ ବିଧାୟକ ଚିରଂଜିବୀ ବିଶ୍ୱାଳ, ରାଜ୍ୟସଭା ସଦସ୍ୟ ମୁନା ଖାଁ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ନଗର ସଭାପତି ସତ୍ୟବ୍ରତ ମହାପାତ୍ର, ପ୍ରମୁଖ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିରାଟ ପଟୁଆର ରେ ହଜାର ହଜାର କର୍ମୀ ବଜାର ପରିକ୍ରମା କରି ସ୍ଥାନୀୟ ସାରଦା ମଣ୍ଡପ ଠାରେ ସାଧାରଣ ସଭାରେ ଯୋଗଦେଇଥିଲେ | ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜ଼ିଲ୍ଲା ଉପସଭାପତି ଦିପ୍ତି ଦାସଙ୍କ ସଭାପତିତ୍ୱରେ ମାଇନର କମ୍ୟୁନିଟି ନେତା ମିର ଆଜମୀର ଅଲ୍ଲୀ, ଜଗତସିଂହପୁର ବ୍ଲକ ଉପାଧକ୍ଷ ରତି ରଞ୍ଜନ ବେହେରା, ବ୍ଲକ ଅଧକ୍ଷ୍ୟ କନକ ପ୍ରଭା ଲେଙ୍କା, ଦିଲ୍ଲୀପ ଲେଙ୍କା,ଜ଼ିଲ୍ଲା ପରିଷଦ ସଭ୍ୟ ଚିତ ରଞ୍ଜନ ରାଉଳ ପ୍ରମୁଖ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
