ସରଳ, ମିଷ୍ଟଭାଷୀ ଓ କର୍ମନିଷ୍ଠ ବ୍ୟକ୍ତି ଥିଲେ – ଧର୍ମେନ୍ଦ୍ର ପ୍ରଧାନ
• ଦଳର ସଂଗଠନକୁ ମଜଭୁତ୍ କରିବା ଦିଗରେ ତାଙ୍କର ଯୋଗଦାନ ସ୍ମରଣୀୟ ହୋଇରହିବ
ଭୁବନେଶ୍ୱର (୦୩/୧୦/୨୦୨୪) – ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଠାକୁରଗଡ ମଣ୍ଡଳ ସଭାପତି ଗଗନ ବିହାରୀ ବାରିକଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ନିଜ୍ ‘ଏକ୍ସ’ ଏକାଉଣ୍ଟ ରେ ଉଲ୍ଲେଖ କରିଛନ୍ତି ଯେ, ଆମ ଦଳର କାର୍ଯ୍ୟକର୍ତ୍ତା ତଥା ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଠାକୁରଗଡ଼ ମଣ୍ଡଳ ସଭାପତି ଗଗନ ବିହାରୀ ବାରିକଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ, ମିଷ୍ଟଭାଷୀ ଓ କର୍ମନିଷ୍ଠ ବ୍ୟକ୍ତି ଥିଲେ । ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଆମ ଦଳର ସଂଗଠନକୁ ମଜଭୁତ୍ କରିବା ଦିଗରେ ତାଙ୍କର ଯୋଗଦାନ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
