
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୁଆହତା ଗ୍ରାମ ର ବିଜେଡି ଯୁବ ନେତା ଟୁନା ପ୍ରଧାନ ଙ୍କ ଦେହାନ୍ତ। କିଛି ଦିନ ହେବ ସ୍ୱାସ୍ଥ୍ୟ ସମସ୍ୟା ରେ ପୀଡିତ ଥିଲେ। ଆଜି ସକାଳ ସମୟରେ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ତର ହେବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପାଇ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଅନୁଗୋଳ ଜିଲ୍ଲା ଯୁବ ବିଜେଡି ନେତା ଅରୁଣାଭ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟକୁମାର ନାଥ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ନୂଆହତା ବିଜେଡି ସଭାପତି ସଚ୍ଚିତାନନ୍ଦ ବେହେରା, ନୂଆହତା ର ପୂର୍ବତନ ସମିତି ସଭ୍ୟ ଶିବରାମ ମାଝୀ।
