ନିଆଁରେ ପୋଡ଼ି ହୋଇ ୪ ଜଣ ଯୁବକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ମାନେ ହେଲେ ସୌମ୍ୟ ରଞ୍ଜନ ସିଂହ, ଶୁଭମ୍ ସିଂହ, ଦୀପକ କୁମାର ସିଂହ, ଲିପୁନ ସିଂହ।

ସୂଚନା ଯେ, ପରଜଙ୍ଗ ଅଞ୍ଚଳରେ ୪ ଜଣ ଯୁବକ କାମ କରନ୍ତି । ସେମାନେ ଗତ ରାତିରେ ଘରେ ଶୋଇଥିବା ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା ।କୌଣସି ଉପାୟ ନ ପାଇ ୪ ଜଣ ଯୁବକ କୌଣସି ମତେ କବାଟ ଖୋଲି ଘର ବାହାରକୁ ଚାଲି ଆସିଥିଲେ ।୪ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ଶରୀରର ପ୍ରାୟ ୨୦ ରୁ ୨୫ ପ୍ରତିଶତ ଅଂଶ ପୋଡ଼ି ଯାଇଛି ।

ଏଭଳି ଅଘଟଣ ପରେ ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କ ମଧ୍ୟରୁ ୩ ଜଣକ ଘର ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳରେ ହୋଇଥିବା ବେଳେ ଜଣେ ଯୁବକଙ୍କ ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣା ପଡ଼ିଛି ।
