• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନିଖୋଜ ଥିଲେ ୫ ବର୍ଷର ଶିଶୁ କନ୍ୟା ଆଜି ମିଳିଲା ମୃତଦେହ

Bymamatanews

Mar 16, 2025
Spread the love

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁ କନ୍ୟାଙ୍କ ମୃତ ଦେହ ଦେଖି ଉଚିତ ତଦନ୍ତ ପାଇଁ ଉଠିଲା ଦାବି

ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ ଶନିବାର ଉଦ୍ଧାର କରିଛି। ଅନ୍ୟପକ୍ଷେ ଶିଶୁ କନ୍ୟାଙ୍କୁ କେହି ଜଣେ ଦୁର୍ବୃତ୍ତ ବଳାତ୍କାର ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ଶିଶୁ କନ୍ୟାଟି ହଜି ଯାଇଥିବା ନେଇ ଶୁକ୍ରବାର ଥାନାରେ ଏକ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୭୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ଘରଠାରୁ ୧୦୦ମିଟର ଦୂର ଏକ ଏକ ମହୁଲ ଗଛ ମୂଳରୁ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍‌ ଚଳାଇଛି। ସୂଚନା ଯେ, ଗୁରୁବାର ମଧ୍ୟାହ୍ନରେ କଙ୍କରେଇ ପିଢଖମଣ ଗାଁର ୫ବର୍ଷର ଶିଶୁ କନ୍ୟା କେଉଁଆଡେ ନିଖୋଜ ହୋଇଯାଇଥିଲେ l ଏନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନ ମିଳିବାରୁ ଶୁକ୍ରବାର ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଶନିବାର ଘର ଠାରୁ ୧୦୦ମିଟର ଦୂରରେ ଥିବା ମହୁଲ ଗଛ ମୂଳରେ ଶିଶୁକନ୍ୟାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରି ସଠିକ୍‌ ତଦନ୍ତ ଦାବି କରିଛନ୍ତି। ଖବର ପାଇ ପୋଲିସ ଶିଶୁକନ୍ୟାଙ୍କ ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି। ଅନ୍ୟପକ୍ଷେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଟକ ଯୁବକଙ୍କ ଘରେ ରକ୍ତ ଛିଟା ପଡ଼ିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *