• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚଉଦ ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝିଙ୍କ କୁଶ ପୁତ୍ତଳିକା ଦାହ ସହ ପ୍ରତିବାଦ

Bymamatanews

Mar 27, 2025
Spread the love

ସନ୍ଧ୍ୟା ୬ଘଟିକା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରାରେ ରାଜ୍ୟ ମୋହନ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେଇ ସ୍ଥାନୀୟ କଂଗ୍ରେସ ଭବନଠାରୁ ବାହାରି ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ହିରୋହୋଣ୍ଡା ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଜାତୀୟ ରାଜପଥ ଉପରେ ପ୍ରତିବାଦ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନସଭାରେ ଯେଉଁ ଭଳି ଭାବରେ ଶାସକଦଳର ଇଙ୍ଗିତରେ ବାଚସ୍ପତି ଚଉଦ ଜଣ ବିଧାୟକଙ୍କୁ ରାଜ୍ୟର ସ୍ବାର୍ଥ ସମ୍ବଳିତ ଦାବି, ନାରୀମାନଙ୍କ ସୁରକ୍ଷାପାଇଁ ଆଲୋଚନା ଦାବି କରୁଥିବା ବେଳେ ନିଲମ୍ବନ କରାଗଲା ଓ ବରିଷ୍ଠ ବିଧାୟକମାନଙ୍କ ଉପରେ ମାର୍ଶାଲ ଲଗାଇ ମାଡପିଟ କରାଗଲା, ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଉଦ୍ଦେଶ୍ୟମୂଳକ ଥିଲା। ଏହି ଦମନ ଲୀଳା କୌଣସି ପ୍ରକାରେ ଇଂରେଜ ସରକାରଙ୍କ ଠାରୁ କମ୍ ନୁହେଁ। ଏଣୁ ଅନୁଗୋଳ ଜିଲ୍ଲା କଂଗ୍ରେସ ଏହାର ଦୃଢ ନିନ୍ଦା କରିବା ସହ ଆଜି ରାଜରାସ୍ତାକୁ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କୁଶ ପୁତ୍ତଳିକା ଦାହ କରିଛି। ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ, ପ୍ରଫୁଲ୍ଲ ଦାସ, ଗୋବିନ୍ଦ ନାଏକ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂହ, ସହଦେବ ବେହେରା, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ସୁଶାନ୍ତ ଶଶିକାନ୍ତ ସାମଲ, ସୁନିଲ ପ୍ରଧାନ, ସୁଦୀପ ମିଶ୍ର, ବନବିହାରୀ ପ୍ରଧାନ, ଟିକେ ସାମଲ, ଦୀନବନ୍ଧୁ ସାହୁ, ପ୍ରକାଶ ପ୍ରଧାନ, ଲୋକନାଥ ସାହୁ, ସନ୍ତୋଷ ଦେହୁରୀ, ବିଭୁତି ଭୁଷଣ ଦେହୁରୀ, ଦିଲେଶ୍ବର ବେହେରା, ପୁରୋନ୍ଦର ନାଏକ, ଇଶ୍ବର ପ୍ରଧାନ, ରିପନ ସାହୁ, ରନି ସାହୁ, ଚୌଧୁରୀ ନାଏକ, ସଂଗ୍ରାମ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *