
କଟକ (୨୯-୦୪-୨୦୨୫) : ଜୱାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦ୍ଵିତୀୟ ଓଡିଶା ଓପନ ରାଜ୍ଯ ସ୍ତରୀୟ ଚାମ୍ପିଅନସିପ୍ ୨୦୨୫ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତି ଯୋଗୀତାରେ କଳିଙ୍ଗ ଟାଇକଣ୍ଡୋ ଆସୋସିଏସନର ଖେଳାଳିମାନେ ନିଜର କୃତିତୃ ଅର୍ଯନ କରିଛନ୍ତି।

କଟକରୁ ୧୮ ଜଣ ପ୍ରତିଯୋଗୀ ମେଡାଲ ପାଇଥିବା ବେଳେ ଭୁବନେଶ୍ବର ରୁ ୨ ଜଣ ସଫଳତା ପାଇଛନ୍ତି। ଐଶ୍ୱର୍ଯ୍ୟl ପ୍ରିୟ ଦର୍ଶନୀ ପ୍ରଧାନ, ସୁସ୍ପ୍ରିତି ସାମନ୍ତ, ଚିନ୍ମୟ ନାୟକ, ସେହିଭଳି ସିଲଭର୍ ରେ ରାରେନ ରଘୁବୀର ମହାନ୍ତି,ସୋମ୍ଯ ସିଦ୍ଧା ପରିଜା, ଅନୟା ଦାସ, ସ୍ମୃତି ରଞ୍ଜନ ସାହୁ, ବିଶ୍ଵ ବନ୍ଦୀତା ସାହୁ, ବିଭବ ସାହୁ ବିଜୟ ହୋଇଥିଲା। ସେହିପରି ବ୍ରୋଞ୍ଜରେ ସିଭିକା ମିଶ୍ର, ଶ୍ରୀ ଆଦିତ୍ୟ ଆଶୀର୍ବାଦ ବାରିକ, ଶ୍ରିୟା ମିଶ୍ର,ବେଦସ୍ମିତା ବେହେରା ପ୍ରମୂଖ ଟ୍ରଫି ହାସଲ କରିଥିଲେ।

ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବରେ କୃଷ୍ଣ ଚନ୍ଦ୍ର ଦାସ ସଭାପତି ଓଡିଶା ଟାଇକଣ୍ଡୋ ଆସୋସିଏସନ ଥିବା ବେଳେ ସମ୍ପାଦକ ସନ୍ତୋଷ ମହାନ୍ତି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିଥିଲେ, କଳିଙ୍ଗ ଟାଇ କଣ୍ଡୋ ଆସୋସିଏସନର ସଭାପତି ଚନ୍ଦନ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର କାଣ୍ଡି ଶୁଭେଚ୍ଛା ଜଣାଇଥିଲେ।
