• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଟୋ ଭଡାକୁ ନେଇ ହଣାକଟା, ଅଟୋ ଡ୍ରାଇଭର ର ହୋଇ ଗଲା ହାତ ଦୁଇ ଖଣ୍ଡ

Bymamatanews

Jun 1, 2025
Spread the love

ଅଟୋ ଡ୍ରାଇଭର ର ହୋଇ ଗଲା ହାତ ଦୁଇ ଖଣ୍ଡ

ଅନୁଗୋଳ ଟାଉନ୍ ଥାନା ଅଧିନରେ ଆସୁଥିବା ନୂଆ ବସ୍ ଷ୍ଟାଣ୍ଡ ରହିଛି। ନୂଆ ବସ୍ ଷ୍ଟାଣ୍ଡ ରେ ନିଜର ପେଟ ପୋଷିବା ପାଇଁ କିଛି ଲୋକ ଅଟୋ ଚଳାଇଥାନ୍ତି ଏବଂ ଭଡା କରି ନିଜ ସହ ପରିବାର ପେଟ ପୋଷିଥାନ୍ତି ।ଆଜି ସେହି ଅଟୋ ଭଡା ପାଇଁ ହାତ ହୋଇ ଗଲା ଦୁଇ ଖଣ୍ଡ। ଘଟଣା ଟି ହେଉଛି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ଅତୁଲ ଗୋଚ୍ଛାୟତ ଙ୍କ ପୁଅ କାଳିଆ ଗୋଚ୍ଛାୟତ (୩୦)। ଏକ ଅଟୋ କରି ପରିବାର ପ୍ରତିପୋଷଣ କରନ୍ତି। କାଳିଆ ପ୍ରତ୍ୟକ ଦିନ ଅଟୋ ନେଇ ନୂଆ ବସ୍ ଷ୍ଟାଣ୍ଡ କୁ ଆସିଥାନ୍ତି। ଏବଂ ଭଡା କରିଥାନ୍ତି। ଆଜି ରାତ୍ର ୮.୩୦ ମିନିଟ ବେଳେ ତିନି ଜଣ ପାସେଞ୍ଜର ବଅଁରପାଳ ଅଞ୍ଚଳ କୁ ଯିବା ପାଇଁ ଅଟୋ ବୁଝୁ ଥିଲେ। ଅନ୍ୟ ଜଣେ ଅଟୋ ଭଡା ୫୦୦ ଟଙ୍କା କହିବା ବେଳେ କାଳିଆ ୪୦୦ ଟଙ୍କା ନେବି ବୋଲି କହିଥିଲେ। ଯାହା ଫଳରେ କାଳିଆ ସହ ଅନ୍ୟ ଅଟୋ ଚାଳକ ଯୁକ୍ତିତର୍କ କରିଥିଲେ। ତା ପରେ କାଳିଆ ପାସେଞ୍ଜର ଙ୍କୁ ନେଇ ଯାଉଥିଲେ। କାଳିଆ କେନାଲ ରୋଡ ପର୍ଯ୍ୟନ୍ତ ହୋଇଥିବା ବେଳେ ଦୁଇ ଯୁବକ ଏକ ବାଇକ୍ ରେ ଆସି ଏକ ଚପଡା ସାହାଯ୍ୟରେ କାଳିଆ ଙ୍କ ଡାହାଣ ହାତ କୁ ହାଣି ପଳାଇ ଥିଲେ। କାଳିଆ ଜୀବନ ବିକଳରେ ଅଟୋ କୁ ଛାଡି କଟା ହାତ କୁ ଧରି ଟାଉନ ଥାନାକୁ ଦୌଡ଼ି ଦୌଡ଼ି ଆସିଥିଲେ। ଟାଉନ ପୋଲିସ କାଳିଆ ଙ୍କ କଟା ହାତ କୁ ଦେଖି ସଙ୍ଗେ ସଙ୍ଗେ ପୋଲିସ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଇଥିଲେ। କାଳିଆ ଙ୍କର ଚିକିତ୍ସା ସାରିବା ପରେ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଏ ପଟେ ପୋଲିସ ଅଭିଯୋଗ ପାଇଁ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *