• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୁଳ ଜିଲ୍ଲା ସ୍ତରୀୟ ବିକାଶ ମେଳା ର ଉଦଯାପନ

Bymamatanews

Jun 18, 2025
Spread the love

ଅନୁଗୋଳ : ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅନୁଗୋଳ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ହୋଇଥିବା ବିକାଶ ମେଳାର ଊଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତଥିଏବଂ ଅତିଥ‌ି ବୃନ୍ଦ ପ୍ରଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ସ୍ବାଗତ ଭାଷଣ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୨୦୩୬ ବେଳକୁ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ଏବଂ ଅନୁଗୋଳ ଜିଲ୍ଲା ବିକଶିତ ହେଲେ ଓଡିଶା ଓ ଭାରତ ବିକଶିତ ହୋଇପାରିବ । ଅନୁଗୋଳ ଜିଲ୍ଲାରେ ଏକ ବର୍ଷରେ ବିକାଶ କାର୍ଯ୍ୟ ଊଦ୍ଧାମୁଖୀ ହୋଇପାରିଛି ବୋଲି ସେ କହିଥିଲେ । ସୁଭଦ୍ରା ଯୋଜନାରେ ମା ମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏବଂ ଆମ ରାଜ୍ୟ ଲକ୍ଷ୍ୟ ପତି ଦିଦି ସୃଷ୍ଟି କରି ସାରା ଦେଶରେ ପ୍ରଥମ ହୋଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହାବ୍ୟତିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯେପରିକି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ପ୍ରତି ପରିବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ ଏବଂ ତଦୁର୍ଷ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କାର କଭରେଜ୍, ଚିକିତ୍ସା ଅଧିକାରୀ ଓ ପାରାମେଡିକ୍ ନିଯୁକ୍ତି ଇତ୍ୟାଦି ବିଷୟରେ ସେ କହିଥିଲେ । ଶିକ୍ଷାର ରୁପାନ୍ତରଣ ନିମନ୍ତେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଯେପରିକି ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହେବା, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନ‌ବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ, ଓଡିଶାର ଐତିହ ବିଦ୍ୟାଳୟ ଯୋଜନାରେ ଶତାୟୁ ବିଦ୍ୟାଳୟଗୁଡିକର ନବୀକରଣ, ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଇତ୍ୟାଦି ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ବଳିଷ୍ଠ କରିବ ବୋଲି ସେ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଜନମନ୍ ଆଦିବାସୀ ଯୋଜନା, ଜନସାଧାରଣଙ୍କୁ ନୂତନ ରାସନ କାର୍ଡ ପ୍ରଦାନ, ସମୃଦ୍ଧ କୃଷକ ଯୋଜନାରେ କୃଷକ ବନ୍ଧୁ ମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା, ସର୍ବନିମ୍ନ ସହାୟକ ମୁଲ୍ୟ ବାବଦରେ ବିକ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର, ଓଡିଆ ଅସ୍ମିତା ଭବନ ସ୍ଥାପନ, ଊଚ୍ଚ ଶିକ୍ଷାରେ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ର ଛାତ୍ରୀମାନଙ୍କ ପାଇଁ ସରଂକ୍ଷଣ, ସୁଦକ୍ଷ ଜଳ ପରିଚାଳନା, ରାସ୍ତା ସଂଯୋଗୀକରଣ, ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ ଓ ସମୃଦ୍ଧ ଗ୍ରାମୀଣ ଜୀବନ, ଅନୁସୁଚିତ ଜନଜାତି ଓ ଜାତି ଲୋକଙ୍କ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ । ଏହା ସହିତ ମାନ୍ୟବର ମନ୍ତ୍ରୀ ପାଳଲହଡାରେ ଏକ ସାଇନ୍ସ ପାର୍କ ପ୍ରତିଷ୍ଠା ହେବ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗ ଦେଇ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହୋଇଥିବା ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସେହିପରି ମୃତ୍ୟୁକାଳିନ ସହାୟତା, ବିବାହ ସହାୟତା, ଶିକ୍ଷା ସହୟତା, ପ୍ରସବ ସହାୟତା, ଇତ୍ୟାଦି ବାବଦରେ ମୋଟ ୩୪୮ ଜଣ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ୧ କୋଟି ୪ ଲକ୍ଷ ୯୪ ହଜାର ଟଙ୍କା ଏବଂ ୧ ମୃତ ଅଣସଙ୍ଗଠିତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଜିଲ୍ଲା ଶ୍ରମ ବିଭାଗ ତରଫରୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମର ପ୍ରତିନିଧୋ, ବହୁ ସଂଖ୍ୟାରେ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *