• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ,:ଜିଲ୍ଲା ସତକ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମେ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା ।

ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ମେ ମାସରେ ଜିଲ୍ଲାରେ ମୋଟ ୨୪ଟି ଦୁର୍ଘଟଣା ଘଟିଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି, ୧୩ ଜଣ ଗୁରୁତର ଆହତ ଓ ସାମାନ୍ୟ ଆହତ ୧ଜଣ ହୋଇଛନ୍ତି । ଗତ ମାସରେ ୧୪ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିବାବେଳେ ୧୦ ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟନ୍ୟ ଅଞ୍ଚଳରେ ଘଟିଛି । ଗତ ମାସରେ ପରିବହନ ବିଭାଗ ଦ୍ବାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁଁ ୮୫୬ ଜଣ, ବିନା ସିଟ୍ ବେଲ୍ମରେ ୩୩ଜଣ, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୪୯୮ଜଣ, ମଦ୍ୟପାନ କରି ଗାତିଚାଳନା ନିମନ୍ତେ ୧୭ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୭୩ ଜଣଙ୍କ ଠାରୁ ଜୋରିମନା ଆଦାୟ କରାଯାଇଥିବାବେଳେ, ୫୭୨ ଜଣଙ୍କର ଲାଇସେନ୍ସ ନିଳମ୍ବନ କରାଯାଇଥିଲା , ଓ ୩୬ ଟି ଗାତି ଜବତ କରାଯାଇଥିଲା । ସେହିପରି ଜିଲ୍ଲା ପୋଲିସ ଦ୍ବାରା ଯାଞ୍ଚ କରିବା ସମୟରେ ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୬୭ ଜଣଙ୍କ ଠାରୁ ୨ଲକ୍ଷ ୫୦ ହଜାର ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୩୯୪ ଟି ମାମଲାରେ ୧୯ ଲକ୍ଷ ୭୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୨୫୬୩ ଜଣଙ୍କ ଠାରୁ ୨୫ ଲକ୍ଷ ୬୩ ହଜାର ଟଙ୍କା, ବିନା ସିଟ୍ ବେଲ୍ଡରେ ୨୨୧୦ ଜଣଙ୍କ ଠାରୁ ୨୨ ଲକ୍ଷ ୧୦ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା ଅଭିଯୋଗରେ ୨୧୩୨ ଟି ମାମଲାରେ ୨୬ଲକ୍ଷ ୮୬ହଜାର ୫୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିଲା ଏବଂ ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୩୮୪ ଟି ମାମଲା ରୁଜୁ କରାଯାଇଛି । ଟ୍ରାଫିକ୍ ନିୟମକୁ କତାକତି କରିବା ସହିତ ଜନଗହଳି ଅଞ୍ଚଳରେ ଅଧିକରୁ ଅଧିକ ହେଲମେଟ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମାର କୁମାର ଜେନା, ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାୟଗୁରୁ, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସିଂ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଶୂଳ କୁମାର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ବରିଷ୍ଠ ସାମ୍ବାଦିକ ଶ୍ରୀ ସଂଗ୍ରାମ ଭଞନ ଦାସଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *