• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆବାସ ଯୋଜନା ପାଇଁ ଜିଲାପାଳଙ୍କୁ ଅଭିଯୋଗ

Bymamatanews

Jul 16, 2025
Spread the love

ଶେଷରେ ମା ନିରାଶ ହୋଇ ଭିନ୍ନକ୍ଷମ ପିଲା ଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲାରେ ଏବେ ବି ଲୋକ ମାନେ ମୌଳିକ ସୁବିଧାରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନାହିଁ। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସିରିଗିଡା ଗ୍ରାମର ଆସୀଲୀ ନାଏକ ଆଜି ଅଭିଯୋଗ କରିଛନ୍ତି କି ତାଙ୍କର ପୁଅ ଓ ଝିଅ ଦୁଇ ଜଣ ବିକଳାଙ୍ଗ। ସେମାନଙ୍କୁ ହଜାର ଟଙ୍କା ଲେଖାଏଁ ଭତ୍ତା ମିଳୁଛି। ଯାହା ଫଳରେ ପରିବାର ଚଳିବା ବହୁତ କଷ୍ଟକର ହୋଇ ପଡୁଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ଵାମୀ ନାହାଁନ୍ତି।

ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ଘର ଖଣ୍ଡିଏ ମଧ୍ଯ ନାହିଁ।ଯାହାଦ୍ୱାରା ବର୍ଷା, ଖରା ଓ ଶୀତ ଦାଉରୁ ରକ୍ଷା ପାଇବା କଷ୍ଟ ସାଧ୍ୟ ର ସହ ପରିବାର ଗୁଜରାଣ କରୁଛନ୍ତି। ଏନେଇ ବହୁତ ଥର ସରପଞ୍ଚ, ବିଭିନ୍ନ ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା। ନିରାଶ ହୋଇ ଜିଲ୍ଲାପାଳ ଜନଶୁଣାଣୀ ପ୍ରକୋଷ୍ଠରେ ତିନିଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ। ଫଳରେ ଆଜି ପୁଣି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି କି ତାଙ୍କ ପରିବାରକୁ ଘର ଖଣ୍ଡିଏ ସହିତ ୩୫ କେଜି ଚାଉଳ ଓ ଦୁଇ ଛୁଆକୁ ୩୫୦୦ ଟଙ୍କା ଭତ୍ତା ଦିଆଯାଉ।

Leave a Reply

Your email address will not be published. Required fields are marked *