ବଡ଼ବିଲ:ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସେ କେନ୍ଦୁଝର ଜିଲ୍ଲା ଗସ୍ତକରି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିବା ନେଇ ସୂଚନା। ସେହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ଗସ୍ତରେ ଆସିଥିବା ବେଳେ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ ନିକଟରେ ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରାସାଦ ଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ଶ୍ରୀ ସ୍ୱାଇଁ ଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ତାଙ୍କୁ ପାଛୋଟି ନେଇଥିଲେ, ସେଠାରୁ ସେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ବାର ସ୍ଥିତ ବଡ଼ବିଲ ଆଇ ଟି ଆଇ ଅଭିମୁଖେ ଯାଇ ସେଠାରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏବଂ ସେଠାରେ ତାଙ୍କୁ ପାରମ୍ପାରିକ ବାଦ୍ୟ ଓ ନୃତ୍ୟ ର ତାଳେ ତାଳେ ସ୍ଵାଗତ କରିବା ସହ ସମ୍ବର୍ଦ୍ଧନା କରାଯାଇଥିଲା। ସେଠାରେ ସେ ବଡ଼ବିଲ ଶିଳ୍ପ ତାଲିମ୍ କେନ୍ଦ୍ର ର ଛାତ୍ର ଛାତ୍ରୀଙ୍କୁ ଭେଟିଥିଲେ।ଏହି ଅବସରରେ ସେ କହିଥିଲେ କି ବିଗତ ଦିନରେ ବଡ଼ବିଲ ଆଟିଆଇ କେନ୍ଦ୍ର ସରକାରଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ଶିଳ୍ପ ତାଲିମ୍ କେନ୍ଦ୍ର ଭାବରେ ପରିଗଣିତ ହୋଇଥିଲା ଏବଂ ଏହି ତାଲିମ୍ କେନ୍ଦ୍ର ର ଆଗାମୀ ଦିନରେ ଆହୁରି ଅନେକ ରୂପରେଖ ବଦଳାଇବା ପାଇଁ ପିଏମ୍ ସେତୁ ଓ ହୱାଡ ଯୋଜନା ମାଧ୍ୟମରେ ଦୁଇଶହ ଚାଳିଶ କୋଟି ଟଙ୍କାର ନିବେଶ କରାଯାଇ ଏହାର ନବକଳେବର କରାଯିବା ସହ ଏକ ଶ୍ରେଷ୍ଟ ବୈଶୈଇକ ତାଲିମ୍ କେନ୍ଦ୍ର କରାଯିବ ବୋଲି କହିଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
