• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚପିଭି (HPV) ଟୀକାକରଣ କାର୍ଯ୍ୟକ୍ରମ ଉଦ୍ଘାଟନ ।

Bymamatanews

Mar 5, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚପିଭି ଟୀକାକରଣ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପ୍ରତିନିଧି ଭାବେ ସଞ୍ଜୀବ କୁମାର ଦେହୁରୀ ଯୋଗ ଦେଇଥିଲେ।

ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଟିକା ନେଇଥିବା କିଶୋରୀ ବାଳିକା ମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଙ୍କର୍ଷଣ ଗାଆଣ ଙ୍କ ସୁପରିଚାଳନା ଦ୍ଵାରା ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପନ୍ନ ହୋଇଥିଲା। ଟିକା ନେଇଥିବା ୧୪ ଜଣ କିଶୋରୀ ବାଳିକାଙ୍କୁ ଟିକା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *