• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ ଟ୍ରାଫିକ୍ ଟାୱାର କେବେ

Bymamatanews

Mar 6, 2026
Spread the love

୫୫ ନମ୍ବର ଜାତୀୟ ରାଜପଥ ଖରା ରେ ସୀଜୁଛନ୍ତି ଟ୍ରାଫିକ୍ ସୁରକ୍ଷା କର୍ମୀ

ଅନୁଗୋଳ: ଆଗକୁ ଆସିଲାଣି ଗ୍ରୀଷ୍ମ ଋତୁ, ଖରା ଆରମ୍ଭରୁ ଖରାର ପ୍ରକୋପ କଷ୍ଟ ଦାୟକ ଦେଲାଣି । ଏମିତି ତୀବ୍ର ଖରା ମଧ୍ୟରେ ମଧ୍ୟ ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି । ସଡ଼କରେ ଗାଡ଼ି ଚଳାଚଳ ସୁଚାରୁ ଭାବେ ଚାଲିବା ପାଇଁ ସେମାନେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ଦଣ୍ଡାୟମାନ ରହି କାମ କରୁଛନ୍ତି । ଅନୁଗୋଳ ସହର ମଧ୍ୟରେ ବିଭିନ୍ନ ଛକ ମାନଙ୍କରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ପିଟିସ ସ୍ଥିତ ରାଜ ହୋଟେଲ ଛକଠାରେ ଥିବା ଟ୍ରାଫିକ ପୋଷ୍ଟ ନଥିବାରୁ ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ମାନେ ଖରାରେ ଠିଆ ହୋଇ ଗୋଟିଏ ହାତରେ ଛତା ଧରି ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହା ଜଣେ ଟ୍ରାଫିକ ପୋଲିସ ପାଇଁ କଷ୍ଟ ଦାୟକ ନିଶ୍ଚିନ୍ତ । ସେହିପରି ଥାନା ଛକ , ହୁଲୁରସିଙ୍ଗା ଛକରେ ଟ୍ରାଫିକ ପୋଷ୍ଟ ଥିଲେ ମଧ୍ୟ ସେଠାରେ ମଧ୍ୟ ଟ୍ରାଫିକ ପୋଲିସ ମାନେ ଖରାରେ ଠିଆ ହୋଇ କାର୍ଯ୍ୟ କରୁଛନ୍ତି । ଦିନକୁ ଦିନ ସୂର୍ଯ୍ୟର ତୀବ୍ର ତାପ ବଢ଼ିଲେ ମଧ୍ୟ ସେମାନେ ନିଜ ଦାୟିତ୍ୱକୁ କେବେ ଅବହେଳା କରନ୍ତି ନାହିଁ । ଗରମ ପବନ, ଧୂଳି, ଧୁଆଁ ମଧ୍ୟରେ ସେମାନେ ଗାଡ଼ିକୁ ନିୟନ୍ତ୍ରଣ କରି ଦୁର୍ଘଟଣା ରୋକିବାରେ ଚେଷ୍ଟା କରନ୍ତି । ତେବେ ଶିଳ୍ପର ସହର ଅନୁଗୋଳ କୋଟି କୋଟି ରାଜସ୍ବ ଦେଉଥିବା ବେଳେ ନିଜର ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ସଜାଡି ପାରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ସୌନ୍ଦର୍ଯ୍ୟ କରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜିଲ୍ଲା ପ୍ରଶାସନ , ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ନ ସଜାଡ଼ିବା ନିନ୍ଦନୀୟ ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ । ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ସଜାଡିବାକୁ ପଦକ୍ଷେପ ନେଉଛି

୫୫ ନମ୍ବର ଜାତୀୟ ରାଜପଥ ଖରା ରେ ସୀଜୁଛନ୍ତି ଟ୍ରାଫିକ୍ ସୁରକ୍ଷା କର୍ମୀ

Leave a Reply

Your email address will not be published. Required fields are marked *