କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବଅଁରପାଳ ତହସିଲଦାର

ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ନିକଟ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ମଧ୍ୟପାଟଣା ସାହିରେ ବିଜୁଳି ସର୍ଟସର୍କିଟ ରୁ ଦୁଇ ବଖରା ଚାଳଛପର ଘରପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ ମାର୍ଚ ୪ ତାରିଖ ରାତି ପ୍ରାୟ ୧୨ ଘଟିକା ସମୟରେ ପାଞ୍ଚାଳୀ ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା ।ଯାହା ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ଓ କୋଡ଼ିଏ ହାଜର ଟଙ୍କା ପୋଡିଯାଇଥିବା ଜଣା ପଡିଛି । ପାଞ୍ଚାଳୀ ବେହେରାଙ୍କ ଘର ନିଆଁ ଲାଗିବା ଜାଣି ପାରି ତାଙ୍କ ଗ୍ରାମର ଆଇନଜୀବୀ ସୁବ୍ରଜିତ ବିଶୋଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଦମକଳ କେନ୍ଦ୍ର କୁ ଜଣାଇବା ପରେ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପାଖରେ ଲାଗିଥିବା ଘର ଗୁଡ଼ିକ ନିଆଁ ଲାଗିବା ପୂର୍ବରୁ ଦମକଳବାହିନୀ ପହଁଚି ଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିବା କୁହାଯାଇଛି। ଗତ କାଲି ଅଗ୍ନି ବିପନ୍ନ କ୍ଷତି ଗ୍ରସ୍ତଙ୍କ ପରିବାରକୁ ବଅଁରପାଳ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଭେଟି ପ୍ରସାଶନିକ ସ୍ତରରେ ଯାହା ସୁବିଧା ସୁଯୋଗ ମିଳିବା କଥା ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
